ଜଟଣୀ,୩୦/୪: ଜଟଣୀ ପୌରପରିଷଦ ଅଧିନ ରେତଙ୍ଗ କଲୋନୀ ଏନ.ଡ଼ି.ଆର.ସି. ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଇଂରାଜୀ ସହକାରୀ ଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ସ୍ବାଇଁଙ୍କ ନେତୃତ୍ୱରେ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଅମ୍ବିକା ପ୍ରସାଦ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବ୍ରଜବନ୍ଧୁ ନାୟକ, ପୂର୍ଣଚନ୍ଦ୍ର ବେହେରା, ମଧୁସୂଦନ ଦେ, ସୁଧାକର ମହାପାତ୍ରଙ୍କ ସହ ବହୁ ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ବିଦାୟୀ ଶିକ୍ଷକ ମିଶ୍ରଙ୍କ ଛାତ୍ରଛାତ୍ରୀ ବତ୍ସଳତା ଏବଂ ବିଦ୍ୟାଳୟ ଉର୍ଣ୍ଣତିରେ ତାଙ୍କର ଅତୁଳନୀୟ ଅବଦାନ ଉପରେ ଅତିଥିମାନେ ଗୁଣଗାନ କରିଥିଲେ। ସେ ଏହି ବିଦ୍ୟାଳୟରେ ଦୀର୍ଘ ୨୯ ବର୍ଷର ଶିକ୍ଷକତା କରି ଅବସର ଗ୍ରହଣ କରିଛନ୍ତି ଶ୍ରୀମିଶ୍ର। ଉପସ୍ଥିତ ଅତିଥିମାନେ ନିଜ ନିଜର ବ୍ୟକ୍ତବ୍ୟରେ କହିଥିଲେ ଯେ ଶିକ୍ଷା ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ କେବେ ବି ଅବସର ନାହିଁ। ବିଦାୟୀ ଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ। ଲୀଳାବତୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଶିକ୍ଷକ ମିଟୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା କମିଟିର ସଭାପତି ବିରଞ୍ଚି ନାରାୟଣ ସାହୁ, ଆଲୁମିନି ସଭାପତି ଶ୍ରୀକାନ୍ତ ପ୍ରଧାନ, ସମ୍ପାଦକ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଶିକ୍ଷକ ଶ୍ରୀମିଶ୍ର ଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ କମିଟିର ସମସ୍ତ ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।
