ଜଟଣୀ,୩/୫: ଜଟଣୀ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଗ୍ରୱାଲ ଧର୍ମଶାଳା ରେ ସମୃଦ୍ଧ ସମାଜ ପାଇଁ ରାଜନୀତିରେ ଆଧ୍ୟାତ୍ମିକତାର ଆବଶ୍ୟକତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାଉଣ୍ଟ ଆବୁ ଧାର୍ମିକ ଶାଖାର ସଂଯୋଜକ ବିକେ ରାମନାଥ ଭାଇଜୀ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଆଧ୍ୟାତ୍ମିକତାର ମୂଳ ମାନବୀୟ ମୂଲ୍ୟବୋଧ ଏବଂ ଏହା କିପରି ରାଜନୈତିକ ଜୀବନକୁ ପବିତ୍ର, ସ୍ୱଚ୍ଛ ଓ ଦାୟିତ୍ୱଶୀଳ କରେ, ସେଥିପାଇଁ ଉଦ୍ବୋଧନ ଦେବା ସହ ଆଧ୍ୟାତ୍ମିକ ଚିନ୍ତାଧାରା ରାଜନୀତିରେ ନେତୃତ୍ୱକୁ ଶକ୍ତିଶାଳୀ କରିଥାଏ ଓ ସମାଜର ସମଗ୍ର ଉନ୍ନତି ପାଇଁ ଏକ ସଠିକ ଦିଗ ଦେଇଥାଏ ସେହି ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ପ୍ରଵକ୍ତା ଅନିଲ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ରୂପେ ଭଉଣୀ ବିକେ. ଦେବଯାନୀ ଯୋଗଦେଇଥିଲେ। ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଜଟଣୀ ଶାଖାର ମୁଖ୍ୟ ସଂଚାଳିକା ଭଉଣୀ ବିକେ.ଜ୍ୟୋତି ଅତିଥି ପରିଚୟ ପ୍ରଦାନ କରିବା ସହ ଅତିଥିଙ୍କୁ ସ୍ୱାଗତ କରିଥିଲେ। ଶେଷରେ ବି କେ. ଅଶୋକ ଧନ୍ୟବାଦ ଦେଇଥିଲେ।
