Advertisement

ବ୍ୟୁରୋ: ଜଟଣୀରେ ଦିନକୁ ଦିନ ବଢି ଚାଲିଛି ଚୋରି। ଜଟଣୀ ପୋଲିସ ଯେତେ ଚେଷ୍ଟା କଲେବି କମୁନି ଚୋରି। ଦିନ ଦ୍ୱିପ୍ରହରରେ ଜଟଣୀ ଥାନା ପାଚେରୀ କୁ ଲାଗି ରହିଥିବା ଚକ୍ରଧର ସେଠୀଙ୍କ ଆଇରନ ଦୋକାନର ତାଲା ଭାଙ୍ଗି ଆଇରନ ଚୋରି ହୋଇଛି। ଏନେଇ ଜଟଣୀ ଥାନାରେ ଦୋକାନର ମାଲିକ ଚକ୍ରଧର ସେଠୀ ଲିଖିତ ଅଭଯୋଗ କରିଛନ୍ତି। ସୂଚନା ମୁତାବକ ଚକ୍ରଧର ଅପରାହ୍ନ ୨.୩୦ ସମୟରେ ଦୋକାନ ତାଲା ପକେଇ ଘରକୁ ଖାଇବା ପାଇଁ ଯାଇଥିଲେ। ଘରୁ ଖାଇ ଦୋକାନ କୁ ଆସି ଦେଖିଲେ ଦୋକାନ ତାଲା ଭଙ୍ଗା ହୋଇଛି। ଦୋକାନ ରେ ଥିବା ଆଇରନ ଓ ନଗଦ ୨୦୦୦ ଟଙ୍କା ଚୋରି ହୋଇଯାଇଛି। ତେବେ ପ୍ରଶ୍ନ ଉଠୁଛି ଦ୍ୱିପ୍ରହର ସମୟରେ ଥାନା ପାଚେରୀ କଡ଼ରୁ ତାଲା ଭାଙ୍ଗି ଚୋରି ହେଲା ପୋଲିସ କିପରି କିଛି ଜାଣି ପାରିଲାନି।

Advertisement

Leave a Reply

Your email address will not be published. Required fields are marked *