ବ୍ୟୁରୋ: ବିବାହ ପ୍ରତିଶୃତି ଦେଇ ପ୍ରତାରଣା ଓ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ଜଟଣୀ ପୋଲିସ ଜଣେ ରେଳ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ପିର୍ଣ୍ଣଚନ୍ଦ୍ର ପ୍ରଧାନ। ଅଭିଯୋଗକାରିଣୀଙ୍କ ଲିଖିତ ଅଭିଯୋଗ ପରେ ଜଟଣୀ ପୋଲିସ କେସ ନଂ ୨୧୭/୨୪ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଟଣୀ ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ ଅଭିଯୋଗକାରିଣୀ ଜଟଣୀର ହୋଇଥିବା ବେଳେ ସେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଏକ ଡାକଘରେ କାର୍ଯ୍ୟ କରୁଥିଲେ। ତେଣୁ ସେ ଭଡା ଘର ନେଇ ବ୍ରହ୍ମଗିରି ରେ ରହିବା ସମୟରେ ସେହି ଅଞ୍ଚଳର ଜଣେ ଯୁବକଙ୍କ ସହ ସମ୍ପର୍କରେ ଆସିଥିଲେ । ପରେ ଅଭିଯୋଗକରିଣୀ ରହୁଥିବା ଘରକୁ ଯୁବକ ଯାଇ ରହୁଥିଲେ। ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଯୁବକଙ୍କ ରେଳ ବିଭାଗରେ ଚାକିରୀ ହେବା ପରେ ସେ ବାଙ୍ଗାଲୋର ପଳାଇଥିଲେ। ଯୁବତୀଙ୍କୁ ବାଙ୍ଗାଲୋର ଯିବା ପାଇଁ ବାଧ୍ୟ କରିଥିଲେ, ନଗଲେ ତାଙ୍କ ନିକଟରେ ରହିଥିବା କିଛି ଫଟୋ କୁ ପରିବାର ଲୋକଙ୍କ ପାଖକୁ ପଠେଇ ଦେବାର ଧମକ ଦେଇଥିଲେ। ତେଣୁ ବାଧ୍ୟ ହୋଇ ଯୁବତୀ ଜଣଙ୍କ ଯୁବକଙ୍କ କଥାରେ ବାଙ୍ଗାଲୋର ଯାଇଥିଲେ। ସେଠାରେ ଯୁବକଙ୍କ ସହିତ ସ୍ୱାମୀ ସ୍ତ୍ରୀ ରୂପେ  ରହିବା ପରେ ଯୁବକ ଜଣକ ଯୁବତୀଙ୍କ ଉପରେ ବିଭିନ୍ନ ପ୍ରକାର ଅତ୍ୟାଚାର କରିଥିଲେ।  ଯୁବତୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଜଟଣୀ ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *