Advertisement

ବ୍ୟୁରୋ, ୦୩/୦୨: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ମୁଣ୍ଡଳ ଗ୍ରାମରେ ସିଦ୍ଧ ମହାବୀର ଦେବଙ୍କ ୧୭ ତମ ବାର୍ଷିକ ଉତ୍ସବ ତଥା ବିଶ୍ଵଶାନ୍ତି ମହା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶନିବାର ଠାରୁ ଯଜ୍ଞ ଆରମ୍ଭ ହୋଇ  ମଙ୍ଗଳବାର ଦିନ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା।ରବିବାର ବ୍ରତଧାରୀ ମାନେ ନିକଟସ୍ଥ ରଙ୍ଗିଆ ନଈ ଘାଟରୁ ପୂଜା କର୍ମ ସାରି କଳସ ଶୋଭାଯାତ୍ରାରେ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏହି ଅବସରରେ ଶନିବାର, ରବିବାର ଓ ସୋମବାର ସନ୍ଧ୍ୟାରେ ୩ ଦିନ ବ୍ୟାପି ରାମଲୀଳା ପରିବେଷଣ କରାଯାଇଥିଲା । ରଣପୁର ସ୍ଥିତ ମଣିନାଗ ରାମନାଟ୍ୟ ପରିଷଦ ପକ୍ଷରୁ ଶନିବାର ଶ୍ରୀରାମ ଜନ୍ମ, ରବିବାର ବାଳୀ ବଦ୍ଧ, ଲଙ୍କା ପୋଡି ନାଟକ ଏବଂ ସୋମବାର ସନ୍ଧ୍ୟାରେ ମହିରାବଣ ବଦ୍ଧ ନାଟକ ପରିବେଷଣ କରାଯାଇଛି  ସୋମବାର ସୂର୍ଯ୍ୟ ପୂଜା, ଗୋପୁଜା, ଗୀତା ପାଠ, ସନ୍ଧ୍ୟା ଆଳତୀ, ଭଜନ ସମାରୋହ,ନାମ ସଂକୀର୍ତ୍ତନ ଏବଂ ମଙ୍ଗଳବାର ଦିନ ରୁଦ୍ରାଭିଷେକ, ଚଣ୍ଡୀପାଠ ହୋଇଥିଲା। ମଙ୍ଗଳବାର ଅନ୍ତିମ ଦିବସରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ଗ୍ରାମ ଓ ପାଖ ଗ୍ରାମର ପ୍ରାୟ ୧୦୦୦ ଶ୍ରଦ୍ଧାଳୁ ସିଦ୍ଧ ମହାବୀରଙ୍କ ପ୍ରସାଦ ସେବନ କରିଥିଲେ। ମନ୍ଦିରର ମୁଖ୍ୟ ପୂଜକ ଜ୍ଞାନ ରଞ୍ଜନ ଦାଶ, ବାଳକୃଷ୍ଣ ମିଶ୍ର ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ ପରିଚାଳନା କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *