Advertisement

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ ଓ ଜଟଣୀ ବାଣ ବ୍ୟବସାୟୀ ସଂଘ ପକ୍ଷରୁ, ଜଟଣୀ ପୋୖର ପରିଷଦ ଅଧିନ ୱାର୍ଡ ନମ୍ବର ୫, ରାଜା ବଜାର ଠାରେ ପ୍ରାୟ ୩୦୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ କମ୍ବଳ ଓ ଅଟା ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜଟଣୀ ବିକାଶ ପରିଷଦର ସଭାପତି ବିଜୟ କୁମାର ଛୋଟରାୟ, ସମ୍ପାଦକ ସୁଦର୍ଶନ ସୁନ୍ଦରାୟ, ବିଜୟ ପଣ୍ଡା, ସୁଶାନ୍ତ ରାଉତ, ରାଜେନ୍ଦ୍ର ପଟ୍ଟନାୟକ, ଏନ ସୀତା, ମନୋଜ ସ୍ୱାଇଁ,ଏନ. ଜଗନ୍ନାଥ, ସୁରେଶ ବାରିକ, ଆଦିତ୍ୟ ମହାରଥୀ, କରିମ ଖାନ, କାଉନସିଲର କାଜଲ ଦାଶ, ସମାଜସେବୀ ଚିତନ ଦଳେଇ, ମଧୁସୂଦନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *