Advertisement

ବ୍ୟୁରୋ: ଜଟଣୀ ଥାନା ଅଧିନ କନ୍ତିଆ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଜଟଣୀ ପୋଲିସ। ମୃତ ଯୁବକ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ନିଳାଦ୍ରୀପୁର ଗ୍ରାମର ଦୀପକ କୁମାର ବେହେରା। ମୃତ ଦେହ ଟି ୪/୫ଦିନ ହେବ କାଜୁ ଜଙ୍ଗଲରେ ପଡିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରୁ ମୃତ ବ୍ୟକ୍ତିଙ୍କ ବାଇକଟିକୁ ଜବତ କରିବା ସହ  ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥାନାରେ ୧୭/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି। ସୂଚନା ମୁତାବକ ଗ୍ରାମର କିଛି ଲୋକ କାଜୁ ଜଙ୍ଗଲକୁ ଯାଇଥିବା ବେଳେ, ଏକ ଗଛ ତଳେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ। ବ୍ୟକ୍ତିଙ୍କ ବେକରେ ଏକ ଗାମୁଛା ବନ୍ଧାହୋଇଥିଲା। ଏହା ଦେଖି ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ପୋକ ସାଲୁବାଲୁ ଅବସ୍ଥାରେ ଉଦ୍ଧାର କରିବା ସହ ବାଇକଟିକୁ ଜବତ କରିଥିଲା। ଶବ ଚିହ୍ନଟ ପାଇଁ ବାଇକ ନମ୍ବର ପ୍ଲେଟ୍ ରୁ ବ୍ୟକ୍ତିଙ୍କ ନାଁ ଓ ଘର ଠିକଣା ପାଇ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲା। ଖବର ପାଇ ପରିବାର ଲୋକ ଜଟଣୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି। ତେବେ ଯୁବକଙ୍କ ମୃତ୍ୟୁ ର କାରଣ ଜଣାପଡିନାହିଁ।

Advertisement

Leave a Reply

Your email address will not be published. Required fields are marked *