Advertisement

ବ୍ୟୁରୋ : ଫୁଲବାଣୀରୁ ଭୁବନେଶ୍ୱର ଏକ କାର୍ ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ, କମିଶନରେଟ ପୋଲିସର କ୍ରାଇମ୍ ବିଭାଗ ଚଢ଼ାଉ କରି ଜବତ କଲା ବିପୁଳ ଗଞ୍ଜେଇ, ମାଫିଆ ଫେରାର ।

ସୂଚନା ମୁତାବକ ଫୁଲବାଣୀରୁ ଖୋର୍ଦ୍ଧା ଦେଇ ଭୁବନେଶ୍ୱରକୁ ଏକ କାର୍ ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ , କମିଶନରେଟ ପୋଲିସର  କ୍ରାଇମ୍ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ କାର୍ କୁ ପିଛା କରିଥିଲେ।

ମାଫିଆ ମାନେ ପୋଲିସକୁ ଚକମା ଦେଇ ଫେରାର ହେବା ପାଇଁ ଇନଫୋଭାଲୀ ଥାନା ଅଧୀନ କାଇମଟିଆ ଗ୍ରାମର ଏକ ବିଲ ଭିତରକୁ କାର ଭର୍ତ୍ତି କରିଦେଇଥିଲେ। ସେଠାରେ କାର୍ ର ଆଗ ଚକା ଫାଟି ଯିବାରୁ, କାର ଛାଡି ଦୁଇ ଜଣ ନିଶା ବେପାରୀ ଦୌଡ଼ି ପଳାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର୍ ଓ ଗଞ୍ଜେଇ ଜବତ କରିଛି। ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *