Advertisement

ବ୍ୟୁରୋ, ୦୪/୦୨: କର୍ମକ୍ଷେତ୍ରରେ ସଜାଗ ଓ ସତର୍କତା ପାଇଁ ମିଳିଛି ଆଠ ଜଣ ରେଳ କର୍ମଚାରୀଙ୍କୁ ପୁରସ୍କାର। ପୁରସ୍କୃତ କରିଛନ୍ତି ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ  ଏଚ୍.ଏସ୍. ବାଜୱା। ପୁରସ୍କୃତ ହୋଇଥିବା କର୍ମଚାରୀ ମାନେ ହେଲେ ସୋମନାଥ ପରିଡ଼ା, ଦିବାକର ପ୍ରଧାନ, ସୁବ୍ରତ ରଞ୍ଜନ ସାହୁ, ଆଶିଷ ସାହୁ, ଭାନୁପ୍ରତାପ ଦେବତା, ସନ୍ତୋଷ କୁମାର ଜାଲୀ, ମୋନଜ କୁମାର ବେହେରା, ପ୍ରଶାନ୍ତ ଗିରି।ଟ୍ରେନ୍ ସେବାଗୁଡିକର ନିରାପତ୍ତା କାର୍ଯ୍ୟକୁ ସୁଗମ ଓ ସୁନିଶ୍ଚିତ କରିବାରେ ସେମାନଙ୍କର ତୁରନ୍ତ କାର୍ଯ୍ୟ କାରିତା ପ୍ରମୁଖ ଭୂମିକା ଗ୍ରହଣ ରହିଥିଲା ସେଥିପାଇଁ ତାଙ୍କୁ ଆଜି ପୁରସ୍କୃତ କରାଯାଇଥିଲା । ଏହି ସମାରୋହରେ ପି.କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) , ଶୁଭ୍ରଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ର), ନମୋନାରାୟଣ ମୀନା, ଖୋର୍ଦ୍ଧାରୋଡ଼ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *