Advertisement

ବ୍ୟୁରୋ: ଜଟଣୀ ରାମଚନ୍ଦ୍ରପୁର ବଜାର ସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ପରିସରରେ, ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ ରାଉତରାୟ ଆୟୋଜିତ ସଭାକୁ ପୌରହିତ୍ୟ କରିଥିବା ବେଳେ ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅନ୍ୟ ପାଖରେ ହାତ ନ ପତାଇ ସ୍ବାଭିମାନର ସହିତ ଓଡ଼ିଶାର ସମ୍ମାନ ବଜାୟ ରଖିବା ନିମନ୍ତେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ସବୁ ସମୟରେ ସବୁଠାରେ ପ୍ରାଧାନ୍ୟ ଦେବାକୁ ଯୁବ ଓ ଛାତ୍ର ସମାଜ ସଂକଳ୍ପ ନେବା ପାଇଁ  ବକ୍ତା ମାନେ  ଆହ୍ବାନ ଦେଇଥିଲେ। ଓଡିଆ ଅସ୍ମିତାର ପରିଚୟ ତଥା ଓଡିଶାର ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଏକ ପ୍ରତିମୂର୍ତ୍ତୀ ଜଟଣୀ ମ୍ୟୁନିସିପାଲିଟି ଛକ ଠାରେ ସ୍ଥାପନା କରିବା ପାଇଁ, ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ଜଟଣୀ ପୌରପ୍ରଶାସନ, ଖୋର୍ଦ୍ଧା ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ନିକଟରେ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି । ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ସୁରେଶ ଚନ୍ଦ୍ର ରଥ, ଭକ୍ତବନ୍ଧୁ ଚୌଧୁରୀ, ରବିନ୍ଦ୍ର ପ୍ରସାଦ ମିଶ୍ର, ଶେଖ୍ ସରିଫ, ସାମାଜିକ କର୍ମୀ ବାସୁଦେବ ସେଠୀ, ଶ୍ରମିକ ନେତା ସାରଙ୍ଗଧର ବେହେରା, ଯୁବ ସଂଗଠକ କିଶୋର ଚନ୍ଦ୍ର ପାଇକରାୟ, ସାମ୍ବାଦିକ ସଞ୍ଜୀବ କୁମାର, ଧୀରେନ ପ୍ରତିହାରୀ, ଆଇନଜୀବୀ ଆଶୁତୋଷ ରାୟ, ହବିବୁର ରହେମାନ,ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *