Advertisement

ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧୀନରେ ଥିବା କାଙ୍କେରୀ ଗ୍ରାମରେ ନାଗବଂଶୀ ମରି ପରିବାରର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ ଭେଟଘାଟ କାର୍ଯ୍ୟକ୍ରମରେ କେବଳ କାଙ୍କେରୀ ଗାଦି ଅଧୀନରେ ଥିବା ନାଗ ବଂଶୀ ମରି ପରିବାରର ସଦସ୍ୟ ଶତାଧିକ ପୁରୁଷ ଏବଂ ମହିଳା ମାନେ ଯୋଗଦାନ କରିଥିଲେ।

କାଙ୍କେରୀ ଗ୍ରାମର ବୁଢାରଜା ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପ୍ରଥମେ ବୁଢାଦେଓ ଚତୁର୍ଭୁଜ ଙ୍କୁ ପୂଜାର୍ଚନା କରିଥିଲେ। ନାଗ ବଂଶୀ ମରି ମାନଙ୍କର ଗୋତ୍ର, ଦିଆ, ଖଳା, ତାଙ୍କର ପର୍ବ ପର୍ବାଣି ଉପରେ ଅଭିଭାଷଣ ରଖି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ।ପରବର୍ତ୍ତୀ ସମୟରେ କୁରେପତ୍ର ଆଣି ନୂଆଧାନର ଚୁଡା ପ୍ରସ୍ତୁତ କରି ତାଙ୍କର ଦେବାଦେବୀ ଙ୍କୁ ପୂଜାର୍ଚନା କରି ଏକ ଭାଇଚାରାର ସନ୍ଦେଶ ଦେଇ ସୁସମ୍ମାନ ସହକାରେ ନୁଆଁଖାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଶେଷରେ ଜୁହାର ଭେଟଘାଟ ହୋଇ ସ୍ନେହ ମମତା ସହ ଭୋଜି ଭୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କାଙ୍କେରୀ ଗ୍ରାମର ଗ୍ରାମ୍ୟ ଝଙ୍କାର ତଥା ନାଗ ବଂଶୀ ମରି ମାନଙ୍କର ଗାଦି ପୂଝାରୀ ଶ୍ରୀଯୁକ୍ତ ମାଧବ ପୂଝରୀ ଏବଂ ତାଙ୍କ ସୁପତ୍ନୀ ଦୀପାବଳି ପୂଝରୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ତାଙ୍କର ବଂଶଧର ପାଖ ପଡୋଶୀ ରାଜ୍ୟ ଛତିଶଗଡ, ନୂଆପଡା, ବଲାଙ୍ଗୀର ରୁ ମଧ୍ୟ ଆସି ଯୋଗଦାନ କରିଥିଲେ। ନାରାୟଣ ମାଝୀ, ହାତୀରମ ନାଗ ବଂଶୀ, ଅନନ୍ତ ରାମ ନାଗେଶ, ଗୋକୁଳ ଚନ୍ଦ୍ର ମାଝୀ, ଇଶ୍ୱରାମ ମାଝୀ, ଅଲେଖ ନାଗେଶ, ଦିଆଳୁ ନାଗେଶ, ଖମ୍ବଶ୍ଵର ନାଗେଶ, ଶ୍ରୀଯୁକ୍ତ ଚଇତୁ ମାଝୀ,ହିରାସିଂ ମାଝୀ, ଧରମସିଂ ନାଗେଶ, ଶ୍ରୀମତୀ ଚମ୍ପେ ମାଝୀ, ରଞ୍ଜିତ ନାଗେଶ,ରାଇଧର ମାଝୀ,ଲଷ୍ମୀଧର ମାଝୀ, ହେମସିଂ ମାଝୀ,ଦାମୁଧର ମାଝୀ,ସହ ବହୁ ଦୁରଦୁରାନ୍ତରୁ ନଗବଂଶୀ ମରି ପରିବାର ଆସି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *