ବ୍ୟୁରୋ: ଦିନକୁ ଦିନ ବ୍ୟବସାୟୀ ମାନେ ମାନବିକତା ଭୁଲି, ନିଜର ଭଲ ରୋଜଗାର ପାଇଁ ଖାଦ୍ୟ ପଦାର୍ଥରେ କରୁଛନ୍ତି ଅପମିଶ୍ରଣ। ପାଳଙ୍ଗ ଶାଗକୁ ସତେଜ ଓ ଆକର୍ଷଣୀୟ କରିବା ପାଇଁ ବ୍ୟବହାର ହେଉଛି କେମିକାଲ ରଙ୍ଗ। ସେହି ଅପମିଶ୍ରଣ ଶାଗ କୁ ଧୋଇଲେ ,ସେଥିରୁ ବୋହୁଛି ନୀଳ ରଙ୍ଗ।

ଏଭଳି ଘଟଣା ଦେଖିବାକୁ ମିଳିଛି ଜଟଣୀ ଗୋଲେଇ ମାର୍କେଟ ପରିବା ବଜାରରେ। ଆଜି ସକାଳେ ହରିପୁର ଗ୍ରାମର ରଜନୀକାନ୍ତ ପଣ୍ଡା, ଜଟଣୀ ଗୋଲେଇ ମାର୍କେଟ ପରିବା ବଜାରକୁ ଆସିଥିଲେ ପରିବା କିଣିବା ପାଇଁ। ସେ ପରିବା କିଣିବା ସହ ସତେଜ ଓ ନୀଳ ଦିଶୁଥିବା ପାଳଙ୍ଗ ଶାଗ କିଣି ଘରକୁ ନେଇଥିଲେ। ପରେ ରୋଷେଇ ପାଇଁ ଶାଗ ଧୋଇବା ସମୟରେ ପାଳଙ୍ଗ ଶାଗରୁ ବୋହିଥିଲା ନୀଳ ରଙ୍ଗ । ଆଉ ଶାଗ ର ପତ୍ର ଗୁଡ଼ିକ ଦିଶୁଥିଲା ପାଚିଲା ପରି। ଅସାଧୁ ବ୍ୟବସାୟୀ ମାନେ ବଳକା ଶାଗ କୁ କେମିକାଲ ରଙ୍ଗ ମାରି ବିକ୍ରୟ କରୁଥିବା ଅଭିଯୋଗ ଆଣିଛନ୍ତି ରଜନୀକାନ୍ତ । ଖୋର୍ଦ୍ଧା ଫୁଡ଼ ସେଫ୍ଟି ଅଧିକାରୀ ଅସାଧୁ ପରିବା ବ୍ୟବସାୟୀଙ୍କ ଉପରେ  ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *