ବ୍ୟୁରୋ: ଜଟଣୀ ଜାମୁକୋଳି ରାଧାକୃଷ୍ଣ ମନ୍ଦିରରୁ ଚୋରି ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବାରେ ସଫଳ ହୋଇଛି ଏୟାରଫିଲଡ ପୋଲିସ, ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବରମୁଣ୍ଡା ଗ୍ରାମର ଅଶୋକ କୁମାର ସାହୁ ଏବଂ ସମୀର ପ୍ରଧାନ ।
ସୂଚନା ମୁତାବକ ଗତ ରବିବାର ରାତିରେ ଜଟଣୀ ଜାମୁକୋଳି ରାଧାକୃଷ୍ଣ ମନ୍ଦିରରୁ ଠାକୁରଙ୍କର ରୁପା ମୁକୁଟ, ରୁପା ବଇଁଶୀ, ଘଣ୍ଟ, ପିତଳ ଗିନି, ମୃଦଙ୍ଗ, ସାଉଣ୍ଡ ସେଟ ଆଦି ଚୋରି ହୋଇଥିଲା । ସକାଳୁ ମନ୍ଦିରରୁ ଚୋରି ହୋଇଥିବା ଦେଖି ଗ୍ରାମବାସୀ ଏୟାରଫିଲଡ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରିବା କରିବା ସହ ଜାମୁକୋଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବରମୁଣ୍ଡା ଅଞ୍ଚଳର ଦୁଇ ଲୁଟେରାଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିଥିଲା ପୋଲିସ। ଗିରଫ ଅଭିଯୁକ୍ତ ମାନେ ପେସାଦାର ଲୁଟେରା, ପୂର୍ବରୁ ସେମାନେ ବିଭିନ୍ନ ମନ୍ଦିରରୁ ଚୋରି କରିଥିବା ତଦନ୍ତ ବେଳେ ସ୍ୱୀକାର କରିଥିବା କହିଛନ୍ତି ଥାନାଧିକାରୀ ଶଶୀକାନ୍ତ ରାଉତ।