ବ୍ୟୁରୋ: ଜାତୀୟ ରାଜପଥରେ ବାଇକ ଚାଳକଙ୍କୁ ଟାର୍ଗେଟ କରି ମାରଣାସ୍ତ୍ର ଦେଖାଇ ଲୁଟିବା ଘଟଣାର ତଦନ୍ତ କରି ଟାଙ୍ଗୀ ପୋଲିସ ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଖୋଲିକୋଟ ଥାନା ଅଞ୍ଚଳର ମନୁ ବାରିକ , ଦୀପକ ସେଠୀ,  ଶିଵ ବାରିକ ଓ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ବିକାଶ ବାରିକ , କୃଷ୍ଣ ବାରିକ। ପୋଲିସ ଅଭିଯୁକ୍ତଙ୍କ ଠାରୁ ଦୁଇଟି ଛୁରୀ, ଦୁଇଟି ବାଇକ୍ ଓ ଭ୍ୟାନିଟି ବ୍ୟାଗ ଜବତ କରିଥିବା କହିଛନ୍ତି ଟାଙ୍ଗୀ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା । ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା, ଖଲ୍ଲିକୋଟ ଥାନା ଭରସା ଗ୍ରାମର ଗେଲି ସ୍ୱାଇଁ  ସ୍ୱାମୀ, ଭାଇ ଓ ଭାଉଜଙ୍କ ସହ ଦୁଇଟି ବାଇକ୍ ରେ ସନ୍ଧ୍ୟା ସମୟରେ ପୁରୀ ରୁ ଘରକୁ ଫେରୁଥିବା ବେଳେ, ଟାଙ୍ଗୀ ଥାନା ଅଧିନ କୁହୁଡ଼ି ଛକ ନିକଟରେ ଅଭିଯୁକ୍ତ ମାନେ ମାରଣାସ୍ତ୍ର ଦେଖାଇ ଲୁଟ୍-ପାଟ୍ କରିଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *