Advertisement

ଖୋର୍ଦ୍ଧା: ଚିଲିକାରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ସଚେତନତା କରିଛି ମତ୍ସ୍ୟ ବିଭାଗ। ସରକାରଙ୍କ ତରଫରୁ ମତ୍ସ୍ୟଜୀବୀମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ବିଷୟରେ ବିଭାଗୀୟ ଅଧିକାରୀମାନେ ସେମାନଙ୍କୁ ବୁଝାଇଥିଲେ।ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗା ,ଜାଲ, ମାଛ ଚାଷ ପାଇଁ ଋଣ ଇତ୍ୟାଦି କିପରି ସୁବିଧାରେ ସରକାର ତରଫରୁ ମିଳିପାରୁଛି ସେହି ବିଷୟରେ ଲୋକ ମାନଙ୍କୁ ବୁଝେଇଥିଲେ।

ଜିଲ୍ଲା ମତ୍ସ୍ୟ ଅଧିକାରୀ ବାଲୁଗାଁ  ଅଧିନରେ ଥିବା ମତ୍ସ୍ୟଜୀବୀ ସୋସାଇଟି କାଳୁପଡାଘାଟ , ସୋରଣ , ଭୁଷଣ୍ଡପୁର , ବାଲୁଗାଁ , ନଈରୀ , ହାଟବରଡି , ମଙ୍ଗଳାଯୋଡି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ଦାସ , ଅତିରିକ୍ତ ମତ୍ସ୍ୟ ଅଧିକାରୀ ଅଶୋକ ଇନ୍ଦୁର , ସହକାରୀ  ମତ୍ସ୍ୟ ଅଧିକାରୀ ଚିନ୍ମୟୀ ଶୁଭସ୍ମିତା,  ଚିଲିକା ମତ୍ସ୍ୟଜୀବୀ କେନ୍ଦ୍ର ସମବାୟ ସମିତି ର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବେହେରା , ସହକାରୀ  ମତ୍ସ୍ୟ ଅଧିକାରୀ ଆଲୋକ କୁମାର ସେଠୀ , ଅତିରିକ୍ତ ମତ୍ସ୍ୟ ଅଧିକାରୀ ଅଶୋକ ଇନ୍ଦୁର ପ୍ରମୁଖ ସାମିଲ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *