Advertisement

ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ସାଧନା ଆର୍ଟ ଆଣ୍ଡ କଲଚର ଅନୁଷ୍ଠାନ, ପୋଖରୀପୁଟ ଭୂବନେଶ୍ୱରରେ ଧୁମଧାମରେ ପାଳିତ ହୋଇଯାଇଛି।

ଗଣେଶ ଚତୁର୍ଥୀ ଦିନ ପ୍ରଭୁ ଗଜାନନ ଙ୍କୁ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପୂଜା କରିବା ସହ ପ୍ରଭୁଙ୍କ ଆଶ୍ରିବାଦ ଲାଭ କରିଥିଲେ। ଅନୁଷ୍ଠାନର ନୃତ୍ୟ,ସଂଗୀତ ଓ ଚାରୁକଳା ବିଭାଗର ସମସ୍ତ ଛାତ୍ର ଛାତ୍ରୀଙ୍କ ସମେତ ଅଭିଭାବକ, ଅଭିଭାବିକା କାର୍ଯ୍ୟକାରି ସଦସ୍ଯ  ସଦସ୍ଯା ଓ ଶିକ୍ଷକମାନେ ପୂଜାରେ ଉପସ୍ଥିତ ରହିଥିଲେ।

ଅନୁଷ୍ଠାନର ଅଧ୍ୟକ୍ଷ ତଥା ସଂଗୀତ ଗୁରୁ ସୁଧାଂଶୁ ବିଶ୍ବାଳ ପୂଜାରେ କର୍ତ୍ତା ଭାବେ ପୂଜାରେ ବସିଥିଲେ। ପୂଜା ସରିବା ପରେ ସମସ୍ତିଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *