Advertisement

ବ୍ୟୁରୋ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଭୁ ସାକ୍ଷୀଗୋପାଳଙ୍କୁ ମକର ଚାଉଳ ଭୋଗ ଲାଗି କରାଯାଇଛି। ଗତ କାଲି ମହାଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ମକର ଭାରରେ ମନ୍ଦିର ମାଳି ସେବାୟତମାନେ ମକର ଚାଉଳ ପ୍ରସ୍ତୁତ କରିଥିଲେ। ମକର ଭାର ସହିତ ଆସିଥିବା ନୂତନ ବସ୍ତ୍ର, ଫୁଲମାଳ ସାକ୍ଷୀଗୋପାଳ ଓ ରାଧାରାଣୀଙ୍କୁ ଲାଗି ହୋଇଥିଲା। ମନ୍ଦିର ଚୂଡ଼ାରେ ନେତ ବନ୍ଧା ଯାଇଥିଲା। ଚୂନପାଣି ପକାଯାଇ ବେଢ଼ା ଶୋଧ କରାଯିବା ପରେ ରୁପା ପିଙ୍ଗଳରେ ମକର, ସାକର, ଦଧି ଓ ନଳିପାନ ଏପରି ଚାରିବେଢ଼ା ଅନୁଷ୍ଠିତ ହୋଇଥିଲା। ଛତିତ୍ରାସ, ବାଜା, ମହୁରୀ, କାହାଳୀ, ଘଣ୍ଟ ବଜାଇ ଠାକୁରଙ୍କୁ ଆଳତି ଓ ଉପଚାର କରି ପୂଜାପଣ୍ଡା ବନ୍ଦପନା କରିଥିଲେ। ମକର ଭାରରେ ପ୍ରସ୍ତୁତ ମକର ଚାଉଳ ପ୍ରଥମେ ଠାକୁର ଓ ଠାକୁରାଣୀଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରାଯାଇ ବଳି ଆଟିକାରେ ନବାଙ୍କ ଚଣ୍ଡ ପ୍ରଦାନ କରାଯାଇଥିଲା। ମନ୍ଦିର ବେଢା ମଧ୍ୟରେ ଶ୍ରଦ୍ଧାଳୁମାନେ ମକର ଚାଉଳ ଭୋଗ ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *