Advertisement

ବ୍ୟୁରୋ:  ପ୍ରତି ବର୍ଷ ପରି ଚଳିତ ବର୍ଷ ୨ଦିନ ଧରି ଜଟଣୀ ରେତଙ୍ଗ କଲୋନୀ ସ୍ଥିତ ମାତୃ ଭବନରେ ୬୩ତମ ନିଖିଳ ଉତ୍କଳ ଶ୍ରୀ ଅରବିନ୍ଦ ପାଠ ଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ସକାଳୁ ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।  ଅହଁମ ରୁ ମୁକ୍ତି କୁ ନେଇ ବ୍ରଜ ବନ୍ଧୁ ନାୟକଙ୍କ ଦ୍ୱାରା ଆଲୋଚନା ଚକ୍ର ହୋଇଥିଲା।  ଏହା ପରେ ବିଭିନ୍ନ ବିଷୟରେ ଆଲୋଚନା ଚକ୍ର କରାଯାଇଥିଲା। ଦ୍ଵିତୀୟ ଦିନ ଅପରାହ୍ନ ରେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଡ ଗୌରହରି ମିଶ୍ର ଉତ୍ସବକୁ ଉଦଘାଟନ କରିଥିବା ବେଳେ, ବିଦ୍ୟାଳୟର ସମ୍ପାଦକ ଦୀକ୍ଷିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପାର୍ବତୀ ବଳିୟାରସିଂ, ସଂଜୀବ କୁମାର ପ୍ରଧାନ, ଭାରତୀ ପାଣିଗ୍ରାହୀ, ଏମ୍ ମୀରା ବାଇ, କଳ୍ପନା କୁମାରୀ ଳାହା, ନିବେଦିତା  ମୁଦୁଲି, ପ୍ରଭାତି ଦାସ, ସ୍ମିତା ରାଣୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବନମାଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *