Advertisement

ବ୍ୟୁରୋ: ପିକଅପ ଭ୍ୟାନରେ ଗଞ୍ଜେଇ ହେଉଥିଲା ଚୋରା ଚାଲାଣ ।ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ପୋଲିସ, ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଲେବଲ କ୍ରସିଂଙ୍ଗ ନିକଟରେ ଚଢ଼ାଉ କରି ଗାଡି ସହ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ପୋଲିସ ଅଭିଯୁକ୍ତଙ୍କ ଠାରୁ ପିକଅପ ଭ୍ୟାନ ୨ଟି ମୋବାଇଲ  ସହ ୪ କ୍ୟୁଣ୍ଟାଲ ଚୋରା ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୁର୍ଣଚନ୍ଦ୍ର ଦେ. । ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଆସ୍କା ଶେରଗଡ଼ରୁ ପୂରୀ ଜିଲ୍ଲା ବ୍ରହ୍ମଗିରୀକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ  ୫୦ ଲକ୍ଷ୍ୟ ଟଙ୍କା ହେବ ବୋଲି ଟାଙ୍ଗି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *