ବ୍ୟୁରୋ : ଜନତା ଉଚ୍ଚ ବିଦ୍ୟାଳୟର ୧୯୯୬ ବ୍ୟାଚ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରବିବାର ଗଡ଼ମାଣୀତ୍ରୀ ସ୍ଥିତ ମା, ରାମଚଣ୍ଡୀଙ୍କ  ପିଠରେ, ପିତବାସ ସାହୁ ଓ ପ୍ରଭାକର ସାମନ୍ତରାୟଙ୍କ ତତ୍ୱବୋଧନରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନେ, ଦୀର୍ଘ ୨୯ ବର୍ଷପରେ ଏକତ୍ରିତ ହୋଇ ଥିବାରୁ ଆନନ୍ଦିତ ହୋଇ, ପରସ୍ପର ଭିତରେ ସୁଖ ଦୁଃଖ ବାଣ୍ଟିଥିଲେ। ପ୍ରଥମେ ସମସ୍ତେ ମା’ ରାମଚଣ୍ଡୀ ଦର୍ଶନ କରି ସମାଜର କଲ୍ୟାଣ ପାଇଁ ପାର୍ଥନା କରିଥିଲେ। ସମସ୍ତେ ଏକତ୍ରିତ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲି ହୋଇ, ନାଚ ଗୀତ କରି ଖୁସି ମନାଇଥିଲେ। ଶେଷରେ ସମସ୍ତ ଏକାଠି ବସି ଭୋଜି ଖାଇଥିଲେ ।

Leave a Reply

Your email address will not be published. Required fields are marked *