Advertisement

ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନ ଜଟଣୀ ବ୍ଲକର ୪ଟି ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥିଙ୍କ ବିଶାଳ ବାଇକ୍ ରାଲି ଅନୁଷ୍ଠିତ ହୋଇଥିଲା। ଜଟଣୀ ବ୍ଲକର ତିରିମଲ, ତରାବୋଇ, ବେଣାପଞ୍ଜୁରୀ ଓ ହରିପୁର ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା ଓ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ୟାସିର ନୱାଜ ବିଶାଳ ବାଇକ ରାଲି କରି ନିର୍ବାଚନ ପ୍ରଚାର କରିଥିଲେ।

ଲୋକମାନଙ୍କୁ ହାତ ଚିହ୍ନ ରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଏହା ସହ ପ୍ରତିଶୃତି ଦେଇଥିଲେ ଚାଷୀ ମାନଙ୍କ ପାଇଁ ଜଳ ଯୋଗାଣ ସୁବିଧା, ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆଧୁନିକରଣ,ଶିତଳ ଭଣ୍ଡାରର ସୁବିଧା, ମହିଳା ମାନଙ୍କ ସମ୍ମାନ ଓ ସୁରକ୍ଷା, ଆଦିବାସୀ ଭାଇ ଭଉଣୀ ମାନଙ୍କୁ ଉପଯୁକ୍ତ ପରିଚୟ ପ୍ରଦାନ ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ସୁବିଧା , ଜଟଣୀ ନିର୍ବାଚନ ମଣ୍ଡଳୀରେ ଗଢି ଉଠିଥିବା ବିଭିନ୍ନ ଘରୋଇ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବେ। ଏହି ବାଇକ ରାଲି କଂଗ୍ରେସ ନେତା ନୌସର ଅଲ୍ଲୀ, ସଂଗ୍ରାମ କେଶରୀ ରାଉତରାୟ, ସୁବାସ ପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ କଂଗ୍ରେସ କର୍ମୀଙ୍କ ସହ ଅନ୍ୟ ଦଳର କର୍ମୀମାନେ ରାଲି ରେ ଯୋଗଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *