ବ୍ୟୁରୋ: ଜଟଣୀ ବାଛରାପାଟଣାର ଜଣେ କଲେଜ ଛାତ୍ରୀଙ୍କ ଆଜି ସନ୍ଧ୍ୟା ସମୟରେ ମୃତ୍ୟୁ ଘଟିଛି। ଛାତ୍ରୀ ଜଣଙ୍କ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢୁଥିଲେ। ଛାତ୍ରୀ ଜଣଙ୍କ କୌଣସି କାରଣକୁ ଘରେ, ବେକରେ ଓଢଣୀ ଲଗାଇ ଓହଳି ପଡ଼ିଥିଲେ। ଛାତ୍ରୀଙ୍କ ପରିବାର ଲୋକେ ଘଟଣା ବିଷୟରେ ଜାଣିବା ପରେ, ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ, ୩୫/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠା ଯାଇଛି।