Advertisement

ବ୍ୟୁରୋ: ଜଟଣୀ ନାଗରିକ କମିଟି ତରଫରୁ ଆଜି ସନ୍ଧ୍ୟାରେ ଜଟଣୀ ଅଗ୍ରୱାଲା ଧର୍ମଶାଳା ପରିସରରେ, କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ସମ୍ମାନିତ ଅତିଥି ଭାବେ ଓଡିଶା ଲୟାର୍ସ ଆସୋସିଏସନର ସଭାପତି ବିରେନ୍ଦ୍ର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ତ୍ରିଲୋଚନ ମହାପାତ୍ର, ସୁରେନ୍ଦ୍ର ମିଶ୍ର, ଅଶୋକ ମଙ୍ଗରାଜ, ନିରୁପମା ପାତ୍ର, ସୁନୀଲ ରାଉତରାୟ ଓ ଜଟଣୀ ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟ ଯୋଗଦେଇଥିଲେ ।

ଅତିଥିମାନେ କହିଥିଲେ ସୁର ଭାଇ ଲୋକଙ୍କ ସେବା କରିବାକୁ ପସନ୍ଦ କରନ୍ତି। ତାସହ କିପରି ଲୋକମାନଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ ସେଥିପାଇଁ ସେ ସଦା ସର୍ବଦା କାର୍ଯ୍ୟ କରିଥାନ୍ତି। ସୁର ଭାଇଙ୍କ ସବୁଠାରୁ ଭଲ ଗୁଣ ହେଉଛି ପ୍ରତିଦିନ ସକାଳୁ ସେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଆସିଥିବା ରୋଗୀ ମାନଙ୍କ ଦୁଃଖ ବୁଝନ୍ତି । କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *