Advertisement

ବ୍ୟୁରୋ: ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ‘ବେସିକସ୍ ଅଫ୍ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ରାଇଟ୍ସ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇୟାଇଛି। ଏହି କର୍ମଶାଳାକୁ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ବୋର୍ଡ ଅଫ ଗଭର୍ଣ୍ଣର ଅଧ୍ୟକ୍ଷ ଡଃ ଆର. ପି. ସିଂହ ଉଦଘାଟନ କରିଥିଲେ। ଭୁବନେଶ୍ୱର ଆଇଆଇଟି  ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଳକର, ରେଜିଷ୍ଟ୍ରାର ବାମଦେବ ଆଚାର୍ୟ୍ୟ, କୋଲକାତାର ବାଣିଜ୍ୟ ମନ୍ତ୍ରଣାଳୟର ପେଟେଣ୍ଟ ଏବଂ ଡିଜାଇନର ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଶ୍ରୀ କୁନ୍ଦନ କୁମାର,  ଖୁରାନା ଏବଂ ଖୁରାନା ଲ’ ଫାର୍ମର ପାର୍ଟନର ଏବଂ ଆଇପି ଆଟର୍ଣ୍ଣି ନିର୍ଦ୍ଦେଶକ ଶରତ ଟିଏସ  ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କୁ ବୌଦ୍ଧିକ ସମ୍ପତ୍ତି ଅଧିକାରର ମୌଳିକ ଜ୍ଞାନ ପ୍ରଦାନ କରିବା ଥିଲା ଏହି କର୍ମଶାଳାର ମୁଖ୍ୟ ଉଦେଶ୍ୟ ରହିଥିବା କହିଛନ୍ତି ଆଇଆଇଟି ନିର୍ଦେଶକ। 

Advertisement

Leave a Reply

Your email address will not be published. Required fields are marked *