ବ୍ୟୁରୋ: ବନ ସୁରକ୍ଷା କର୍ମଚାରୀଙ୍କୁ କାଠ ଫାଳିଆରେ ହୋଇଛି ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଆହତ ବନ ସୁରକ୍ଷା କର୍ମଚାରୀ ହେଉଛନ୍ତି ଭବାନୀ ପ୍ରସାଦ ପଟ୍ଟନାୟକ।
ଭବାନୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ହୋଇଛି । ସୂଚନା ମୁତାବକ ବନ ସୁରକ୍ଷା କର୍ମଚାରୀ ଭବାନୀ ପ୍ରସାଦ ପଟ୍ଟନାୟକ ରଣ୍ଡା ଜଙ୍ଗଲ ସୁରକ୍ଷା ଦାଇତ୍ଵରେ ରହିଛନ୍ତି। ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁ ଶିକାର ଓ କାଠ ଚୋରା କାରବାର କରୁଥିବା ଲୋକଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ସାଜିଥିଲେ ଭବାନୀ। ଆଜି ଅଫିସ ମଧ୍ୟରେ ଏକାକୀ ଥିବାବେଳେ କିଛି ଲୋକ ଅତର୍କିତ ଭାବେ ଆକ୍ରମଣ କରି ଫେରାର ହୋଇଯାଇଥିବା କହିଛନ୍ତି ଭବାନୀ।