Advertisement

ବ୍ୟୁରୋ: ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ଜଣଙ୍କ ହେଉଛନ୍ତି ଜଟଣୀ ଥାନା ଅଧିନ ବେଣାପଞ୍ଜରୀ ଗ୍ରାମର ପ୍ରଭାକର ଦାସଙ୍କ ପୁଅ ଅଜୟ କୁମାର ଦାସ ଓରଫ ଜଟିଆ (୩୨)। ସୂଚନା ମୁତାବକ ଆଜି ଅପରାହ୍ନ ୧୨ଟା ସମୟରେ ଅଜୟ ପୋଖରୀରେ ଗାଧଉଥିବା ସମୟରେ ତାଙ୍କ ଗୋଡ଼ ଖସିଯିବାରୁ, ସେ ପୋଖରୀରେ ବୁଡି ଯାଇଥିଲେ। ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକମାନେ ଅଜୟଙ୍କୁ ପାଣିରୁ ଉଦ୍ଧାର କରି ଚିକିତ୍ସା ପାଇଁ  ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *