Advertisement

ଜଟଣୀ:  ବହୁ ଦିନର ଦାବୀ ହୋଇଛି ପୂରଣ। ଲୋକଙ୍କ ଗମନାଗମନର ସୁବିଧା ପାଇଁ ଅଁଳାଯୋଡ଼ି ବେଣାପଞ୍ଜରି ରାସ୍ତାର, ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି ସତ୍ୟବାଦୀ ବିଧାୟକ  ଉମାକାନ୍ତ ସାମନ୍ତରାୟ।

ବିଧାୟକ ଅଁଳାଯୋଡି ପ୍ରାଥମିକ ବିଦ୍ୟାଳୟଠାରେ ପୂଜାର୍ଚ୍ଚନା କରି ଶୁଭ ଦେବାପରେ ଆରମ୍ଭ ହୋଇଛି ରାସ୍ତା କାମ। ଅଁଳାଯୋଡ଼ି – ଛତିପୁର – ବେଣାପଞ୍ଜରି ରାସ୍ତା, ତିନୋଟି ବ୍ଲକ ସହ ତିନୋଟି ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଅଛି। 

ସତ୍ୟବାଦୀ, ଖୋର୍ଦ୍ଧା ଓ ଜଟଣୀ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ବହୁ ଦିନ ହେବ ଏହି ରାସ୍ତା ଅବହେଳିତ ଅବସ୍ଥାରେ ରହିଥିଲା। ଏହି କାର୍ଯ୍ୟକ୍ରମରେ ସୃତି ରଞ୍ଜନ ଦାସ, ପଦ୍ମ ଚାରଣ ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ଭୀମସେନ ପାଇକରାୟ, ଲକ୍ଷ୍ମଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *