Advertisement

ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସାନରେ ଅନୁପ୍ରାଣିତ ହୋଇ, ଜଟଣୀ ପୋୖର ପରିଷଦର ଦୁଇ ଜଣ କାଉନସିଲର ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ, ଜଟଣୀ ପୋୖର ପରିଷଦର, ୧୧ ନମ୍ବର ୱାର୍ଡ କାଉନସିଲର ଦିଲୀପ ମାର୍ଥା ଓ ୨୦ ନମ୍ବର ୱାର୍ଡ କାଉନସିଲର ସନ୍ଧ୍ୟାରାଣୀ ଯାନୀ, ବରିଷ୍ଠ ମନ୍ତ୍ରୀ ଅଶୋକ ପଣ୍ଡା , ଖୋର୍ଦ୍ଧା ଜ଼ିଲ୍ଲା ସଭାପତି ବିଭୁତି ଭୂଷଣ ବଳବନ୍ତରାୟ, ଭୁବନେଶ୍ୱର ମେୟର ସୁଲଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭା ସାଂସଦ ମୁଜିବୁଲ ଖାଁ, ଭୁବନେଶ୍ୱର ଲୋକସଭା ପ୍ରଭାରୀ ଶ୍ରୀମୟୀ ମିଶ୍ର, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ,  ଖୋର୍ଦ୍ଧା ଜ଼ିଲ୍ଲା ପ୍ରଭାରୀ ରବୀନ୍ଦ୍ର ଜେନା,  ଜଟଣୀ ନିର୍ବାଚନ ମଣ୍ଡଳୀ ପ୍ରଭାରୀ କୈଳାସ ପାତ୍ର, ଜଟଣୀ ନଗରପାଳ ଅନନ୍ତ ବେହେରାଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ମାନଙ୍କ ଗହଣରେ, ଉଭୟ କାଉନସିଲର ବିଜେଡି ଦଳରେ ଯୋଗଦେଇଛନ୍ତି। 2022 ପୋୖର ନିର୍ବାଚନରେ ଦିଲୀପ ମାର୍ଥା ଓ ସନ୍ଧ୍ୟାରାଣୀ ଯାନୀ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ।

Advertisement

Leave a Reply

Your email address will not be published. Required fields are marked *