Advertisement

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ତରାବୋଇ ଅଞ୍ଚଳରେ ରେଲୱେ ଷ୍ଟେସନ ନିର୍ମାଣ ପାଇଁ ଗ୍ରାମବାସୀମାନେ ବହୁ ବର୍ଷ ଧରି ଦାବୀ କରିଆସୁଥିଲେ। ସ୍ଥାନୀୟ ଜନସାଧାରଣ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଷ୍ଟେସନ ନିର୍ମାଣ ପାଇଁ ଆଲୋଚନା କରିଥିଲେ। ଆଜି ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ୱରେ ଜଟଣୀ ବିଜେପିର ଏକ ଟିମ୍ ଭୁବନେଶ୍ୱର ରେଳ ସଦନରେ, ପୂର୍ବତଟ ରେଲୱେ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି।  ତରାବୋଇରେ ଷ୍ଟେସନ ନିର୍ମାଣ ହେଲେ ତରାବୋଇ ଅଞ୍ଚଳର ବିକାଶ ହେବା ସହ, ତରାବୋଇ ନିକଟରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମଧ୍ୟ ଉପକୃତ ହେବେ ବୋଲି କହିଛନ୍ତି ବିଶ୍ୱରଞ୍ଜନ।

Advertisement

Leave a Reply

Your email address will not be published. Required fields are marked *