Advertisement

ବ୍ୟୁରୋ : କେନ୍ଦ୍ରୀୟ ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ତନୁଶ୍ରୀ ପ୍ରିୟଦର୍ଶିନୀ, ଚତୁର୍ଥ ଖୋର୍ଦ୍ଧା ଜିଲ୍ଲା ଟାଇକୋଣ୍ଡୋ ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଖୋର୍ଦ୍ଧା ରୋଡ ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ଇଣ୍ଡୋର ହଲରେ  ଏସ.ଏମ.ଏସ ମାର୍ଷିଆଲ ଆର୍ଟ୍ସ ଏକାଡେମୀ ପକ୍ଷରୁ, ଚତୁର୍ଥ ଖୋର୍ଦ୍ଧା ଜିଲ୍ଲା ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତାରେ 200ଜଣ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ତନୁଶ୍ରୀଙ୍କ ସହ ସ୍ୱର୍ଣ୍ଣ ପଦକ  ପାଇଥିବା ସମସ୍ତ ଖେଳାଳି ମାନେ ଆସନ୍ତା ମାସରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ ହୋଇଛନ୍ତି।

ଏହି ପ୍ରତିଯୋଗିତାକୁ ଖୋର୍ଦ୍ଧା ଜିଲ୍ଲା ଟାଇକୋଣ୍ଡୋ ସଂଘ ସଭାପତି ଶ୍ରୀ ଅଭିଳାଷ ବ୍ୟୋମକେଶ ପ୍ରସାଦ ଉଦଘାଟନ କରିଥିଲେ। ଓଡିଶା ଟାଇକୋଣ୍ଡୋ ସଂଘର ସମ୍ପାଦକ ତଥା ଇଣ୍ଟେରନାସନାଲ ମାଷ୍ଟର ମନମୋହନ ଭଞ୍ଜଙ୍କ ତତ୍ୱାବଧାନତରେ  ଛ ଜଣ ଜାତୀୟ ସ୍ତରୀୟ ରେଫେରୀ ଏହି ପ୍ରତିଯୋଗିତା ପରିଚାଳନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଟାଇକୋଣ୍ଡୋ ସଂଘର ସମ୍ପାଦକ ଅଜୟ କୁମାର ସାହୁ, ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କ ସହ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *