Advertisement

ବ୍ୟୁରୋ: ଜଟଣୀ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ୍ ଫେଡେରେସନ୍ ପକ୍ଷରୁ ୭ମ ଯୁବ ସମ୍ମାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଉଦଘାଟନ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମୁଜୁବୁଲା ଖାନ୍ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ରୂପେ ଶ୍ରମିକ କଲ୍ୟାଣ ବୋର୍ଡ ଅଧକ୍ଷା ଶ୍ରୀମୟୀ ମିଶ୍ର, ସମ୍ମାନିତ ଅତିଥି ରୂପେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ଜଟଣୀ ପୂର୍ବତନ ବିଧାୟକ ବିଭୁତିଭୂଷଣ ବଳବନ୍ତରାୟ, ଜଟଣୀ ନଗରପାଳ ଅନନ୍ତ ବେହେରା, ପୌର ଉପାଧକ୍ଷା ଆରତୀ ରାଉତ, ଚଳଚିତ୍ର ଅଭିନେତ୍ରୀ ଜୀନା ସାମଲ ପାଣିଗ୍ରାହୀ  ଯୋଗଦେଇଥିଲେ।

ସମାଜର ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ  ପାଇଁ ୬ଜଣ ବ୍ୟକ୍ତିଙ୍କୁ ୭ମଯୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେମାନେ ହେଉଛନ୍ତି  ମାଟ୍ରିକ ପରୀକ୍ଷାରେ ସର୍ବଶ୍ରେଷ୍ଟ ସ୍ଥାନ ଗ୍ରହଣ କରିଥିବା ସାଇ ସିମପୁଲ, ଯୁବ ସ୍ବେଛାସେବୀ ଅବଦୁଲ ଆସିଫ, ବରିଷ୍ଠ ଦାନ୍ତ ବିଶେଷଜ୍ଞ ସୁନୀଲ କୁମାର ରାଉତରାୟ, ରାଜନୈତିକ ସଂଗଠକ ବିରଞ୍ଚିନାରୟଣ ସେଠୀ, ସମାଜସେବୀ ଦିନେଶ କୁମାର ମଙ୍ଗରାଜ ଓ  ଡାକ୍ତର ଉମାକାନ୍ତ ପଟ୍ଟନାୟକ। ଅନୁଷ୍ଠାନର ସଭାପତି ପ୍ରଶାନ୍ତ ପାଇକରାୟ ସଭାକୁ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଅନନ୍ତ ଶତପଥୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ଆଶୁତୋଷ ପ୍ରତାପ ସିଂ ମଞ୍ଚ ପରିଚାଳନା କରିଥିଲେ।

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ରନାଥ ମହାକୁଡ଼, ଦୀପକ ମହାକୁଡ଼, ଅରୁଣ କୁମାର ସାହୁ, ମନମୋହନ ରାଉତରାୟ, ମହେନ୍ଦ୍ର ସାମନ୍ତରାୟ, ଶିବପ୍ରସାଦ ମହାପାତ୍ର, ପ୍ରଶନ୍ନ ପାଟଶାଣି, ପ୍ରଶାନ୍ତ କୁମାର ମିଶ୍ର, ଏମଡି. ଇଫତିକାର ଅଲ୍ଲୀ , ଶକ୍ତିଧର ମହାପାତ୍ର, ଜିତେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ। ପରେ ରଙ୍ଗା ରଙ୍ଗ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *