Advertisement

ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ, ଆଜି ଜଟଣୀ ରାଣିପୁର, ବାପା ମା’ଙ୍କ ସେବାଶ୍ରମରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ବରିଷ୍ଠ ଆଇନଜୀବୀ ଓ ନୋଟରୀ ତଥା ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉତରାୟଙ୍କ  ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ବାପା ମା’ ସେବାଶ୍ରମ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ, ସେବାଶ୍ରମରେ ରହୁଥିବା ୫୦ରୁ ଉର୍ଦ୍ଧ ବରିଷ୍ଠ ବାପା ମା’ ମାନଙ୍କୁ ପ୍ରଥମେ ସଂଘ ତରଫରୁ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସଂଘର ସଭାପତି ନିଜ ବକ୍ତବ୍ୟରେ କହିଥିଲେ , ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜର ଦିଗଦର୍ଶକ। ସେମାନେ କେବେ ନିଜକୁ ଦୁର୍ବଳ କିମ୍ବା ଅସହାୟ ମନେ କରିବା ଉଚିତ ନୁହଁ। ବର୍ତ୍ତମାନ ସମାଜ ଯେଉଁ ପରିସ୍ଥିତି ଦେଇ ଗତି କରୁଛି। ବରିଷ୍ଠ ନାଗରିକ ମାନେ ଚାହିଁଲେ ସମାଜକୁ ସୁଧାରି ପାରିବେ।

ସଂଘର ସମ୍ପାଦକ ଜବାହରଲାଲ ସୁବୁଦ୍ଧି ନିଜ ବକ୍ତବ୍ୟରେ କହିଥିଲେ, ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ, ସବୁବେଳେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଅଛି ଓ ତାଙ୍କ ପାଇଁ କାର୍ଯ୍ୟ କରୁଅଛି। ବାପା ମା’ ସେବାଶ୍ରମର ପ୍ରତିଷ୍ଠାତା ଗୌତମ ମହାରଣା, ସଭାପତି ଜ୍ୟୋତି ମହାରଣା ଓ ବାସୁଦେବ ସେଠି, ବରିଷ୍ଠ ନାଗରିକ ସେବା ସଂଘର ସଭାପତି ଅବନୀ କୁମାର ରାଉତରାୟ, ସମ୍ପାଦକ ଜବାହରଲାଲ ସୁବୁଦ୍ଧି, ଉପଦେଷ୍ଟା ଦିବାକର ମଙ୍ଗରାଜ, ତ୍ରିନାଥ ସାମନ୍ତରାୟ, ବୈଷ୍ଣବ ବରାଳ, କିଶୋର ପାଇକରାୟ, ଅଭିରାମ ସାହୁଙ୍କୁ ଉତ୍ତରୀୟ ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଭିରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *