Advertisement

ବ୍ୟୁରୋ,୦୪/୦୩: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ରାମଚନ୍ଦ୍ରପୁର ବଜାର ସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ପରିସରରେ, ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସାମ୍ବାଦିକ ତଥା ନୋଟରୀ ଅବନୀ ରାଉତରାୟଙ୍କ ସଭାପତିତ୍ୱରେ ଜୟନ୍ତୀ ପାଳିତ ହୋଇଥିଲା। ବିଜୁ ବାବୁଙ୍କ ଫଟୋଚିତ୍ରରେ ସଭ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉପସ୍ଥିତ ସଭ୍ୟମାନେ ବିଜୁ ବାବୁଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ । କହିଥିଲେ ବିଜୁ ବାବୁଙ୍କ ଭଳି ନେତା ମିଳିବେନି। ବିଜୁ ବାବୁ ଯାହା କହୁଥିଲେ ତାହା କରୁଥିଲେ। ଓଡ଼ିଶାର ବେକାରୀ ସମସ୍ୟା ଦୂର କରିବା ପାଇଁ ସେ ବିଭିନ୍ନ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ଓଡ଼ିଶାର ବିକାଶ ପାଇଁ ସବୁବେଳେ ଚିନ୍ତା କରୁଥିଲେ। ଏହି କାର୍ଯ୍ୟକ୍ରମରେ ଜବହାରଲାଲ ସୁବୁଦ୍ଧି,  ଆଦିନାରାୟଣ ଖଣ୍ଡୁଆଳ, ବାସୁଦେବ ସେଠୀ, ରବିନ୍ଦ୍ର ପ୍ରସାଦ ମିଶ୍ର, ଆଶୁତୋଷ ରାୟ, ସୁରେଶ ଚନ୍ଦ୍ର ରଥ, ପଦ୍ମନାଭ ପାଣିଗ୍ରାହୀ, ପ୍ରସନ୍ନ କୁମାର ମହାରଥୀ, ଧୀରେନ ପ୍ରତିହାରୀ, ସୁବ୍ରତ କୁମାର ନାୟକ, ରବିନ୍ଦ୍ର କୁମାର ସାହୁ, ସଞ୍ଜୟ କୁମାର ବାରିସାଲ, ଅକ୍ସିତା ରାଉତରାୟ, କିଶୋର ପାଇକରାୟ, ସସ୍ମିତା ପାଇକରାୟ, ଦିବାକର ମଙ୍ଗରାଜ, କେ ନଗେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ  ନିଜ ମତ ରଖିଥିଲେ ।

Advertisement

Leave a Reply

Your email address will not be published. Required fields are marked *