Advertisement

ବ୍ୟୁରୋ: ଗୋପବନ୍ଧୁ ମହିଳା ଚାଷୀ ଉତ୍ପାଦକ କମ୍ପାନୀ ଲି. ତରଫରୁ, ଜଟଣୀ ବ୍ଲକ ଅଧିନ ଜାମୁକୋଳି ଓ ପଞ୍ଚୁପଲ୍ଲୀ ପଞ୍ଚାୟତ ଗ୍ରାମରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆଜି ଛତୁ ଚାଷର ତାଲିମ ଦିଆଯାଇଛି। ପ୍ରତିଶ୍ରୁତି ଅନୁଷ୍ଠାନର ନିର୍ଦ୍ଦେଶକ ବିଜୟ କେତନ ଜେନା, ଛତୁଚାଷ କରି ମହିଳାମାନେ  କିପରି ରୋଜଗାରକ୍ଷମ ହୋଇପାରିବେ ସେ ବିଷୟରେ ମହିଳା ମାନଙ୍କୁ ବୁଝାଇଥିଲେ। ଗ୍ରାଟ ଥଟନ ଅନୁଷ୍ଠାନର ମୌମ୍ୟା ପୃଷ୍ଟି ମହିଳା ମାନଙ୍କୁ କହିଥିଲେ ଛତୁରୁ ଆମେ କିପରି ଜାମ, ଜେଲି, ଆଚାର ଆଦି ପ୍ରସ୍ତୁତ କରି ବଜାରରେ ବିକ୍ରି କରି ଭଲ ରୋଜଗାର କରିପାରିବା।

କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା, ଆଇ.ସି.ଏ.ଆର. (ସିଫା) ତରଫରୁ ବରିଷ୍ଠ ବୈଜ୍ଞାନିକ ଅଜୟ କୁମାର ଦାସ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ଛତୁ ଚାଷ ଏକ ଲାଭଜନକ ବ୍ୟବସାୟ ବୋଲି କହିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ଚିନ୍ମୟୀ ପ୍ରଧାନ, ମମତା ବସ୍ତିଆ, ପୁଷ୍ପଲତା ମହାପାତ୍ର, ବାଳାମଣୀ ନାୟକ, ଛବି ଖଟେଇ, ରୀନା ସାମନ୍ତରାୟ, ଅହଲ୍ୟା ସୁବୁଦ୍ଧି, ବେବିନା ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *