Advertisement

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତରେ ଚାଲିଥିବା କଲ୍ୟାଣ ମଣ୍ଡପ କାମ ଅଧପନ୍ତରିଆ ଭାବେ ଦୀର୍ଘ ଦିନ ହେବ ପଡିରହିଛି । ପୂର୍ବ ବିଜେଡି ସରକାର ସମୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ଦଶବର୍ଷ ଧରି କଲ୍ୟାଣୀ ମଣ୍ଡପର ନିର୍ମାଣ କାର୍ଯ୍ୟ ସରିପାରୁନାହିଁ ।

ବିଭାଗୀୟ ଅଧକାରୀ ଓ ଜନ ପ୍ରତିନିଧିଙ୍କ ଉଦାସୀନତା କାରଣରୁ କଲ୍ୟାଣ ମଣ୍ଡପ ସୁବିଧାରୁ ବଞ୍ଚିତ ହେଉଛନ୍ତି ଦୁର୍ଗାପୁର ପଞ୍ଚାୟତବାସୀ।  ୨୦୧୫ ମସିହାରେ ୩୫ ଲକ୍ଷ ବ୍ୟୟ ଅଟକଳରେ ଆରମ୍ଭ ହେଇଥିଲା ଏହି କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ।  ଆଜକୁ ଦୀର୍ଘ ଦଶ ବର୍ଷ ବିତିଗଲାଣି କିନ୍ତୁ ସରିପାରୁନି ଏହାର ନିର୍ମାଣ କାର୍ଯ୍ୟ। ବ୍ଲକ ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷଙ୍କ ଏହି କଲ୍ୟାଣ ମଣ୍ଡପ ପାଇଁ  ଆନ୍ତରିକତା ନଥିବା ମନେ ହେଉଛି। ମଣ୍ଡପ ନିର୍ମାଣ କାର୍ଯ୍ୟର ଶିଥିଳତାକୁ ନେଇ ପଞ୍ଚାୟତ ବାସିନ୍ଦାଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନେ କିପରି ନିଜ ପିଲାଛୁଆଙ୍କ ବିବାହ, ବ୍ରତ ଆଦି କାର୍ଯ୍ୟ ଏହି କଲ୍ୟାଣ ମଣ୍ଡପକୁ କମ୍ ମୂଲ୍ୟ ରେ ଭଡା ନେଇ, ତାଙ୍କର କାର୍ଯ୍ୟ କରିପାରିବେ, ତାହାକୁ ଲକ୍ଷ୍ୟ ରଖି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସରକାରୀ କଲ୍ୟାଣ ମଣ୍ଡପ କାର୍ଯ୍ୟ ସରି ନଥିବାରୁ, ଘରୋଇ ମଣ୍ଡପ ମାନେ ଏହାର ଫାଇଦା ନେଉଛନ୍ତି।  ତୁରନ୍ତ ଏହି କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ସାରିବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *