Advertisement

ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା  ଜଟଣୀ ସ୍ଥିତ ଗୋପୀନାଥ ପୁରରେ ସୋସାଇଟ ଫର୍ ଚିଲ୍ଡରେନ ସୋଚ୍ ଅନୁଷ୍ଠାନର ଦ୍ଵାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ମନୋଜ କୁମାର ସ୍ବାଇଁ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ସି.ଏସ୍.ଆର୍ ହେଡ୍ ଟାଟା ପାୱାର ମିଷ୍ଟର ପ୍ରଦୀପ ଘୋଷାଲ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ସିଜିଏମ ନାବାର୍ଡ ନୃସିଂହ  ପ୍ରସାଦ ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରୋଟାରୀଆନ୍ ଡାକ୍ତର ହାଡିବନ୍ଧୁ ପଟ୍ଟନାୟକ ଓ ବିଶେଷ ଅତିଥି ଭାବେ  କୋ ଫାଉଣ୍ଡର ସିୱାଇଏସଡି ପ୍ରଫୁଲ୍ଲ କୁମାର ସାହୁ, ସୋଚ୍ ଅନୁଷ୍ଠାନ ର ସଭ୍ୟ ନିର୍ମଳ କୁମାର ବେହେରା, ପାନ୍ଟିସ ଅନୁଷ୍ଠାନ ର ଫାଉଣ୍ଡର ସ୍ଟାଲିନ ନାୟକ, ଆଇଆଇସି ଜି.ଆର୍.ପି. ଭୁବନେଶ୍ଵର ଅଶୋକ କୁମାର ଗୋଛାୟତ , ଓଆଇସି ଜି.ଆ.ର୍.ପି ଖୋର୍ଦ୍ଧା ରୋଡ ଆର୍ ଶଙ୍କର ରାଓ ଏବଂ ବିପିନ କୁମାର ମହାନ୍ତି ଅତିଥିଭାବେ ଯୋଗଦେଇଥିଲେ। ସୋଚ୍ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରଶଂସା କରିଥିଲେ। ଏହି ଅବସର ରେ ଅନୁଷ୍ଠାନର ବାର୍ଷିକ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।ଅନୁଷ୍ଠାନର ସଭ୍ୟା ରୋଜାଲିନ ବେହେରା ଓ ବର୍ଷା ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ପ୍ରୋଗ୍ରାମ ମ୍ୟାନେଜର ଲକ୍ଷ୍ମୀପ୍ରିୟା ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ। କୁନି କୁନି ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *