Advertisement

ବ୍ୟୁରୋ: ଜଟଣୀ ପୌର ପରିଷଦ ୮ନମ୍ବର ୱାର୍ଡ ଅଧିନ ଶ୍ରୀଜଗନ୍ନାଥ ବିଜୁ ଆଦର୍ଶ କଲୋନୀରେ, ଶ୍ରୀ ଗୁରୁକୂଳ ଆଶ୍ରମ,ଗୋଲକ ଧାମ ମଠର ସପ୍ତଦଶ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି। ଗୋଲକ ଧାମ ମଠର ମହନ୍ତ କିଶନ ଦାସଜୀ ମହାରାଜଙ୍କ ତତ୍ୱବଧାନରେ ଗତ ୧୩ ତାରିଖ ଠାରୁ ମଠ ପରିସରରେ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ, ସତସଙ୍ଗ, ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଆଜି ଫଗୁ ଦଶମୀରେ ଏହି ଉତ୍ସବ ଉଦଯାପିତ ହୋଇଯାଇଛି।

ଏହି ଉତ୍ସବରେ ପୁରୀ ରାଧାବଲ୍ଲଭ ମଠର ମଠାଧିଶ ମହନ୍ତ ରାମକୃଷ୍ଣ ଦାସଜୀ ମହାରାଜ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ପଦ୍ମ ଚରଣ ପ୍ରଧାନ, ପ୍ରଶାନ୍ତ ବେହେରା, ଉମାକାନ୍ତ ପଟ୍ଟନାୟକ, ଅନନ୍ତ ଶତପଥୀ ପ୍ରମୁଖ ଯୋଗଦେଇଥିଲେ। ଶତାଧିକ ଭକ୍ତ ଯୋଗ ଦେଇ ନାମ ସଂକୀର୍ତ୍ତନ କରିବା ସହ ପ୍ରସାଦ ସେବନ କରିଥିଲେ। ମଠର ମାତା ମଞ୍ଜରୀ ଦେଵୀଙ୍କ  ଯୋଗେଶ ନାୟକ, ସବିତା ହାତୀ, ସୁକାନ୍ତ ବିଶ୍ଵାଳ, ଅନୀତା ସ୍ଵାଇଁ,  ଗିରିଧାରୀ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *