Advertisement

ବ୍ୟୁରୋ: ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ,  ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ରାମଚନ୍ଦ୍ରପୁରସ୍ଥିତ କାର୍ଯ୍ୟାଳୟ ପରିସରରେ ପାଳିତ କରାଯାଇଛି। ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉତରାୟ କାର୍ଯ୍ୟକ୍ରମକୁ ପୌରହିତ୍ୟ କରିଥିଲେ। ରବିନ୍ଦ୍ର ପ୍ରସାଦ ମିଶ୍ର ପ୍ରାରମ୍ଭିକ ସୁଚନା ଦେଇଥିବା ବେଳେ ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଭାରତ ବର୍ଷ ସ୍ବାଧୀନତା ହାସଲ କରିବା ପାଇଁ, ଯେଉଁ ମହାନ ସ୍ବାଧୀନତା ସଂଗ୍ରାମୀ ମାନେ ନିଜର ପ୍ରାଣବଳି ଦେଇଛନ୍ତି, ସେହି ସଂଗ୍ରାମୀ ମାନଙ୍କ ସ୍ବପ୍ନକୁ ସାକାର କରିବା ଆମ ସମସ୍ତଙ୍କର କର୍ତବ୍ୟ ବୋଲି ବକ୍ତା ମାନେ କହିଥିଲେ। କାର୍ଯ୍ୟକ୍ରମରେ ରେଳ ଶ୍ରମିକ ନେତା ବିଜୟ ରାମ ମହାନ୍ତି, ସାହିତ୍ୟିକ ସୁରେଶ ଚନ୍ଦ୍ର ରଥ, ଆଦିନାରାୟଣ ଖଣ୍ଡୁଆଳ, ଭକ୍ତବନ୍ଧୁ ଚୌଧୁରୀ, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ସେକ ସରିଫ, ସାମାଜିକ କର୍ମୀ ବାସୁଦେବ ସେଠୀ, ଆଶୁତୋଷ ରାୟ, ବେଣୁଧର ନାୟକ, ହବିବୁର ରହମାନ, ସାମ୍ବାଦିକ ନିଳାମ୍ବର ମିଶ୍ର ପ୍ରମୁଖ ଯୋଗଦେଇ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ସୁଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *