Advertisement

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋପୀନାଥପୁର ସ୍ଥିତ ଶୋସାଇଟ ଫର୍ ଚିଲ୍ଡରେନ୍ (ସୋଚ୍) ଅନୁଷ୍ଠାନ ପକ୍ଷରୁ ବ୍ୟବହାର ପରିବର୍ତ୍ତନ ଶିବିର ଶନିବାର ଉଦଯାପିତ ହୋଇଯାଇଛି। ନିଶା ଦ୍ଵାରା ପ୍ରଭାବିତ ଶିଶୁ ମାନଙ୍କର ବ୍ୟବହାର ପରିବର୍ତ୍ତନ ପାଇଁ, ଦୀର୍ଘ ଏକ ମାସ ଧରି ଶିଶୁ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଭୁବନେଶ୍ୱରର ବିଭିନ୍ନ ବସ୍ତିରୁ ଅଠର ଜଣ ଶିଶୁଙ୍କୁ ଚିହ୍ନଟ କରି ଆଣି ଶିବିରରେ ରଖି ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ପ୍ରଶିକ୍ଷଣ ଦିଆଯାଉଥିଲା । ଉଦଯାପିତ ସଭାରେ ମୁଖ୍ୟ ଅତିଥି ଭାବେ  ଜଟଣୀ ବିଡ଼ିଓ ରଶ୍ମିତା ନାଥ ଯୋଗଦେଇଥିବା ବେଳେ, ବିଶେଷ ଅତିଥି ଭାବ ଏଚ.ଆର୍ ଇନ୍ଫୋଶିଶ୍ ପଦ୍ମାଳୟା ମାନ୍ଧତା, ଜଟଣୀ ଥାନାଧିକାରୀ (ଇନ ଚାର୍ଜ) ସସ୍ମିତା ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଫାଉଣ୍ଡର ମନୋଜ କୁମାର ସ୍ୱାଇଁ ନିଜର ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ।  ଅନୁଷ୍ଠାନର ସଭ୍ୟା ରୋଜାଲିନ ବେହେରା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଲକ୍ଷ୍ମୀପ୍ରିୟା ସିଂ ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *