ବ୍ୟୁରୋ,୪/୧୧: ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଖୋର୍ଦ୍ଧା ଜିଲ୍ଲା କୁ ମିଳିଛି ବଡ଼ ସଫଳତା। ଏହି ପ୍ରତିଯୋଗିତାରେ ରାଜ୍ୟର ୨୦ ଟି ଜିଲ୍ଲା ରୁ ୮୦୦ ରୁ ଉର୍ଦ୍ଧ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ସଂଘ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଏକାଡେମୀ ରୁ ୪୦ ଜଣ ପ୍ରତିଯୋଗି ବିଭିନ୍ନ ବିଭାଗରେ ପ୍ରତିନିଧିତ୍ଵ କରିଥିଲେ । ସୁପର ସବ୍ ଜୁନିଅର ବିଭାଗରେ ଓମକାର ପ୍ରସାଦ ଦାସ ବାଳକ ଅଣ୍ଡର ୨୦ କେଜି ଓଜନ ବିଭାଗରେ ସ୍ବର୍ଣ୍ଣ ପଦକ ଏବଂ ଏକକ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଜସମିନ୍ ଦାସ ବାଳିକା ଅଣ୍ଡର ୧୮ କେଜି ଓଜନ ବିଭାଗରେ ରୈାପ୍ୟ ପଦକ ଏବଂ ଏକକ ପୁମ୍ ସେ ବିଭାଗରେ କାଂସ୍ୟ ପଦକ, ଭିଓନି ରାୟ ବାଳିକା ଅଣ୍ଡର ୨୦ କେଜି ଓଜନ ବିଭାଗରେ ରୈାପ୍ୟ ପଦକ ଏବଂ ଏକକ ପୁମ୍ ସେ ବିଭାଗରେ କାଂସ୍ୟ ପଦକ, ଆଦଭିକ୍ ପଣ୍ଡା ବାଳକ ଅଣ୍ଡର ୨୪ କେଜି ଓଜନ ବିଭାଗରେ କାଂସ୍ୟ ପଦକ, ଏକକ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ଦିବ୍ୟମ୍ ଦାସ ବାଳକ ଅଣ୍ଡର ୨୨ କେଜି ଓଜନ ବିଭାଗରେ ରୈାପ୍ୟ ପଦକ, ଏକକ ପୁମ୍ ସେ ବିଭାଗରେ କାଂସ୍ୟ ପଦକ, ସବ୍ ଜୁନିଅର ବାଳକ ଏକକ ପୁମ୍ ସେ ବିଭାଗରେ ରିତ୍ ଭିକ୍ ସାହୁ ସ୍ବର୍ଣ୍ଣ ପଦକ, ଆୟୁଷ କୁମାର ବେହେରା ବାଳକ ଏକକ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ଆୟଙ୍କ ରାଉତ ବାଳକ ଏକକ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ଯୁଗ୍ମ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ, ସାତ୍ ଭିକ୍ ସାହୁ ବାଳକ ଏକକ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, କବିତା ଭୁଈ ବାଳିକା ଅଣ୍ଡର ୨୬ କେଜି ଓଜନ ବିଭାଗରେ ରୈାପ୍ୟ ପଦକ, ସମୁହ ପୁମ୍ ସେ ବିଭାଗରେ କାଂସ୍ୟ ପଦକ, ଶର୍ମିଷ୍ଠା ପାଣିଗ୍ରାହୀ ବାଳିକା ସମୁହ ପୁମ୍ ସେ ବିଭାଗରେ କାଂସ୍ୟ ପଦକ, ପ୍ରିୟାଂସି ନାୟକ ବାଳିକା ସମୁହ ପୁମ୍ ସେ ବିଭାଗରେ କାଂସ୍ୟ ପଦକ, ଦେବ ପ୍ରଜ୍ଞା ଗିରି ବାଳିକା ଏକକ ପୁମ୍ ସେ ବିଭାଗରେ କାଂସ୍ୟ ପଦକ, ତନୁଶ୍ରୀ ପ୍ରିୟଦର୍ଶିନୀ ବାଳିକା ଏକକ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ଯୁଗ୍ମ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ସମୁହ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ସଂଚିତା ପ୍ରଧାନ ବାଳିକା ସମୁହ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ଜି ଭର୍ସିନି ବାଳିକା ଏକକ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ସମୁହ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ଅକ୍ରିତ୍ ମିଶ୍ର ବାଳିକ ଏକକ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ତାନଭି ପ୍ରିୟଦର୍ଶିନୀ ବାଳିକା ଏକକ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ଦିପ୍ତରାଗ ପଟ୍ଟନାୟକ ବାଳକ ଏକକ ପୁମ୍ ସେ ବିଭାଗରେ କାଂସ୍ୟ ପଦକ, ଶ୍ରେୟଂଶ ସିଂହ ବାଳକ ଏକକ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ଆଦଭିକ୍ ମହାପାତ୍ର ବାଳକ ଏକକ ପୁମ୍ ସେ ବିଭାଗରେ କାଂସ୍ୟ ପଦକ, କ୍ୟାଡେଟ୍ ବାଳକ ବିଭାଗରେ ବୋମାଲି ତରୁଣ୍ ଅଣ୍ଡର ୪୧ କେଜି‌‌ ଓଜନ ବିଭାଗରେ ରୈାପ୍ୟ ପଦକ, ଏକକ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ଯୁଗ୍ମ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ସମୁହ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ମାନସିଂହ ସାଇ ଜଗନ୍ନାଥ ନାୟକ ବାଳକ ଅଣ୍ଡର ୪୫ କେଜି ଓଜନ ବିଭାଗରେ ରୈାପ୍ୟ ପଦକ, ମହେଶ ମୋହନ ମିଶ୍ର ବାଳକ ଏକକ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ଧାରିୟ ଅଗ୍ରୱାଲ ବାଳକ ଅଣ୍ଡର ୫୩ କେଜି ଓଜନ ବିଭାଗରେ କାଂସ୍ୟ ପଦକ, ଏକକ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ସମୁହ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ପ୍ରତିକ୍ ବେହେରା ଏକକ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ସମୁହ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ସୁଭାଙ୍ଗି ସୁଚିଶ୍ମିତା ବାଳିକା ଅଣ୍ଡର ୨୯ କେଜି ଓଜନ ବିଭାଗରେ କାଂସ୍ୟ ପଦକ, ଏକକ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ପ୍ରିତୀ ପ୍ରିୟଦର୍ଶିନୀ ନାୟକ ବାଳିକା ଅଣ୍ଡର ୩୭ କେଜି ଓଜନ ବିଭାଗରେ କାଂସ୍ୟ ପଦକ, ଏକକ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ସୁଭ୍ରାଂଶି ପ୍ରଧାନ ବାଳିକା ଅଣ୍ଡର ୪୪ କେଜି ଓଜନ ବିଭାଗରେ କାଂସ୍ୟ ପଦକ, ସମୁହ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ମନସ୍ବିନୀ ବାଳିକା ଅଣ୍ଡର ୫୫ କେଜି ଓଜନ ବିଭାଗରେ କାଂସ୍ୟ ପଦକ, ସମୁହ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ଆରାଧ୍ୟା ମୁଦୁଲି ବାଳିକା ଏକକ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ଯୁଗ୍ମ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ସମୁହ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ନାକିନ୍ ଜୟଂଶ୍ରିତା ଦାସ ବାଳିକା ଅଣ୍ଡର ୪୧ କେଜି ଓଜନ ବିଭାଗରେ କାଂସ୍ୟ ପଦକ, ଏକକ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ଜୁନିଅର ବାଳକ ସଞ୍ଜିତା କୁମାର ଖଣ୍ଡାଇ ଅଣ୍ଡର ୪୮ କେଜି ଓଜନ ବିଭାଗରେ କାଂସ୍ୟ ପଦକ, ଏକକ ପୁମ୍ ସେ ବିଭାଗରେ ରୈାପ୍ୟ ପଦକ, ଯୁଗ୍ମ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ସୁଶ୍ରୀ ସାମନ୍ତରା ବାଳିକା ଯୁଗ୍ମ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ସମୁହ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ଶ୍ରେୟା ମହାନ୍ତି ବାଳିକା ଅଣ୍ଡର ୬୩ କେଜି ଓଜନ ବିଭାଗରେ ସ୍ବର୍ଣ୍ଣ ପଦକ, ଏକକ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ସମୁହ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ବୋମାଲି ଜାହ୍ନବୀ ବାଳିକା ଅଣ୍ଡର ୫୯ କେଜି ଓଜନ ବିଭାଗରେ ରୈାପ୍ୟ ପଦକ, ଏକକ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ସମୁହ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ଦିବେସ୍ ଦେବ୍ ଗୋସ୍ୱାମୀ ଏକକ ପୁମ୍ ସେ ବିଭାଗରେ ସ୍ବର୍ଣ୍ଣ ପଦକ, ସିନିଅର ବାଳକ ଅଣ୍ଡର ୫୪ କେଜି ଓଜନ ବିଭାଗରେ ରୁଦ୍ର ପ୍ରସାଦ ବଳବନ୍ତରାୟ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ସଂଘ ଦଳଗତ ଭାବେ ଉପବିଜେତା ଟ୍ରଫି ହାସଲ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ସଂଘ ତରଫରୁ  ସିନିଅର କୋଚ୍ ଗଣେଶ ଗୈାଡ ଙ୍କ ସହିତ ବୋମାଲି ଜାହ୍ନବୀ, ଶ୍ରେୟା ମହାନ୍ତି, ସଞ୍ଜିତ୍ କୁମାର ଖଣ୍ଡାଇ, ଆୟୁଷ କୁମାର ପାଲ୍ ଏବଂ ଟିମ୍ ମ୍ୟାନେଜର ଭାବେ ମଧୁସ୍ମିତା ମଲ୍ଲିକ୍, ଅମିତା ମୁଦୁଲି ଏବଂ କୋପିଚିତି କୈାଶିକ୍ ଙ୍କୁ ନିଯୁକ୍ତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ସଂଘ ର ଜିଲ୍ଲା ସଂପାଦକ  ମୁଖ୍ୟ କୋଚ୍ ଏବଂ ନ୍ୟାସନାଲ ରେଫରି ମାଷ୍ଟର ଅଜୟ କୁମାର ସାହୁ ଙ୍କୁ ଓଡ଼ିଶା ଟାଏକୋଣ୍ଡୋ ସଂଘ ଦ୍ୱାରା ମୁଖ୍ୟ ଖେଳ ପରିଚାଳକ ଭାବେ ନିଯୁକ୍ତ କରାଯାଇଥିଲା। ଗତ କାଲି ଜଟଣୀ ରେ ଜିଲ୍ଲା ପ୍ରେସିଡେଣ୍ଟ ମାଷ୍ଟର ବ୍ୟୋମକେଶ ଅଭିଳାଷ ପ୍ରସାଦ ଏବଂ ସମସ୍ତ ଅବିଭାବକ ମାନେ ଏକ ସମ୍ବର୍ଧନା ଉତ୍ସବର ଆୟୋଜନ କରିଥିଲେ। ଖୋର୍ଦ୍ଧା ଟିମ୍ ର ସମସ୍ତ ବିଜେତାଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *