Advertisement

ବ୍ୟୁରୋ: କୁକୁର ମୁହଁରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା। ପାରା ଟିକୁ କୁକୁର ଗୋଡେଇ କାମୁଡୁଥିବା ବେଳେ, ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା  ଟାଙ୍ଗୀ ଥାନା ଅଧିନ କୁହୁଡି ବଜାରରେ। ଲୋକମାନେ କୁକୁରଙ୍କ କବଳରୁ ଏକ ସନ୍ଧିଗ୍ଧ ପାରା ପକ୍ଷୀକୁ ଉଦ୍ଧାର କରିଛନ୍ତି ।

ଉଦ୍ଧାର ପାରା ପକ୍ଷୀର  ଦୁଇ ଗୋଡ଼ରେ ଦୁଇଟା ବଳା ଲାଗିଥିବା ଦେଖିବାକୁ ମିଳିଛି।  ଦୁଇଟି ବଳାରେ କିଛି ଅକ୍ଷର ଲେଖା ରହିବା ସହ କିଛି ନମ୍ବର ମଧ୍ୟ ଲେଖା ରହିଛି । ଯାହା ଏବେ ଲୋକମାନଙ୍କ ମନରେ ସନ୍ଦେହ ବଢ଼ାଇଛି । ବଳାରେ ଲେଖାହୋଇଥିବା ସମସ୍ତ ଅକ୍ଷର ଇଂରାଜୀରେ ରହିଛି । କିଏ କାହିଁକି ପାରା ଗୋଡ଼ରେ ବଳା ଲାଗେଇଛି। ବଳାରେ ଲେଖା ହୋଇଥିବା ଅକ୍ଷର ଓ ନମ୍ବର ର ଅର୍ଥ କଣ। ଯାହାକୁ ନେଇ ଭୟବିତ ଅଛନ୍ତି ସ୍ଥାନୀୟ ଲୋକେ।  ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ସନ୍ଦେହ ସୃଷ୍ଟି କରିଥିବା ପାରା ପକ୍ଷୀକୁ  ନିଜ ଅକ୍ତିଆରକୁ ନେଇଛି ।

Advertisement

Leave a Reply

Your email address will not be published. Required fields are marked *