Advertisement

ଜଟଣୀ,୯/୭: ସ୍ଥାନୀୟ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଠାରେ ପୁରୁଣା ପେନସନ ଦାବୀ ନେଇ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ  ମଣ୍ଡଳ ସ୍ଥରୀୟ ଧାରଣା ଓ ବିକ୍ଷୋଭ ପଦର୍ଶନ କରାଯାଇଥିଲା। ଆଜି ୧୦ ଗୋଟି ଶ୍ରମିକ ସଂଗଠନ ସାରା ଭାରତବର୍ଷ ରେ ବିଭିନ୍ନ ରେଳ ମଣ୍ଡକ, ଜିଲ୍ଲା କାର୍ଯ୍ୟାଳୟ, ସଦର ମହକୁମାରେ ବିକ୍ଷୋଭ ପଦର୍ଶନ ଡାକରା ଦେଇଥିଲେ। ଖୋର୍ଦ୍ଧାରୋଡ଼ ଠାରେ ଆଠ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଯଥା ପୁରୁଣା ପେନସନ ଲାଗୁକରିବା, ରନିଂ ଷ୍ଟାଫ୍ ଙ୍କୁ ହଇରାଣ ହରକତ ନକରିବା , ସିଗ୍ନାଲ ବିଭାଗ କର୍ମଚାରୀଙ୍କୁ ଆଠ ଘଣ୍ଟିଆ ଡ୍ୟୁଟି, ବାଣୀଜ୍ୟ ବିଭାଗ ସମେତ ବିଭିନ୍ନ ବିଭାଗରେ ଲେବୁଲ ୮ କୁ ଅପଗ୍ରେଡ ହୋଇଥିବା କର୍ମଚାରୀ ମାନଙ୍କୁ ରାତ୍ରି କାଳୀନ ଭତା ତୁରନ୍ତ ଲାଗୁକରିବା , ଖାଲିଥିବା ପଦବୀ ପୂରଣ , ଘରୋଇକରଣ ବନ୍ଦ ଭଳି ବିଭିନ୍ନ ଦାବି ମଣ୍ଡଳ ପ୍ରବନ୍ଧକ ହର୍ବିନ୍ଦର ସିଂହ ବାଜୁଆ ଙ୍କୁ ପ୍ରଦାନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *