ବ୍ୟୁରୋ: ନୟାଗଡ ଜିଲ୍ଲା ଖଣ୍ଡପଡା ସାତପାଟଣାର, ଅସହାୟ ଲକ୍ଷ୍ମୀ ନାଏକଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼େଇଲା, ରାଜ୍ୟ ବିଶ୍ୱକର୍ମା ମହାସଭା ଓ ଜଟଣୀ ରାଣୀପୁରର ସ୍ବେଛାସେବୀ ସଂଗଠନ ବାପା ମା ସେବାଶ୍ରମ ଟ୍ରଷ୍ଟ ।

ସୂଚନା ଅନୁଯାୟୀ ଲକ୍ଷ୍ମୀଙ୍କ ପରିବାରର ସମସ୍ତ ସଦସ୍ୟ ଭିନ୍ନକ୍ଷମ । ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି ଏହି ପରିବାର। ଏହି ପରିବାର ଉପରେ ପଡୁନି ସରକାରୀ ଅଧିକାରୀ କିମ୍ବା ଜନପ୍ରତିନିଧିମାନଙ୍କର ଦୃଷ୍ଟି। ୫ ପ୍ରାଣୀ କୁଟୁମ୍ବକୁ ନେଇ ଝାଟିମାଟି ଘରେ ବହୁ  କଷ୍ଟରେ ଜୀବନ କାଟୁଛନ୍ତି ଲଷ୍ମୀ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ, ଦୁଇ ସାମାଜିକ ସଂଗଠନ ସେଠାରେ ପହଞ୍ଚି ସାହାଯ୍ୟ ସହଯୋଗ କରିଥିଲେ ଉକ୍ତ ପରିବାରକୁ।

ଲକ୍ଷ୍ମୀଙ୍କ ସମସ୍ୟାକୁ ନେଇ ବିଜ୍ଞାପିତ ପରିଷଦ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ବିଶ୍ୱକର୍ମା ମହାସଭା ସଙ୍ଗଠନର ରାଜ୍ୟ ସଭାପତି ତଥା ବାପା ମା ସେବାଶ୍ରମର ପ୍ରତିଷ୍ଠାତା ଗୌତମ ମହାରଣା, ବିଶ୍ୱକର୍ମା ମହାସଭା ସଂଗଠନର ରାଜ୍ୟ ସମ୍ପାଦକ ହାଡିବନ୍ଧୁ ମହାରଣା, ବାପା ମା ସେବାଶ୍ରମର କାର୍ଯ୍ୟକାରୀ ସଭାପତି ବୃନ୍ଦାବନ ସୁବୁଦ୍ଧି, ଉପଦେଷ୍ଟା ମାନସ ପଟ୍ଟନାୟକ, ଡାକ୍ତର ଡ଼  ରାକେଶ ଚନ୍ଦ୍ର କଲେତ, ସୁମିତ କୁମାର ସାହୁ,  ବିଶ୍ୱକର୍ମା ମହାସଭା ସଂଗଠନର ନୟାଗଡ ଜିଲା ସଭାପତି ଜ୍ୟୋତିରଞ୍ଜନ ମହାରଣା , ବାପା ମା ସେବାଶ୍ରମର ଉପସଭାପତି ବାସୁଦେବ ସେଠୀ, ହବିବୁର ରେହେମାନ ପ୍ରମୁଖ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *