ଜଟଣୀ: ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ରେଲୱେ ଷ୍ଟାଡିୟମରେ “ଆନ୍ତର୍ଜାତୀୟ ଯୋଗ ଦିବସ” ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରାୟ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା ଉଦଘାଟନ କରିଥିଲେ ।

ଜଟଣୀ ପତଞ୍ଜଳି ଯୋଗ ସମିତିର ଯୋଗ ଗୁରୁ କୈଳାଶ ଚନ୍ଦ୍ର ଖଣ୍ଡେଲୱାଲା ଏବଂ ଶ୍ରୀ ଆଦିନାରାୟଣ ଖଣ୍ଡୁଆଳ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ, ଯୋଗ ଏବଂ ପ୍ରାଣାୟାମ ଶିଖେଇବା ସହ ତାର ଉପକାରିତା ବିଷୟରେ କହିଥିଲେ। ଏହି ଆନ୍ତର୍ଜାତୀୟ ଯୋଗ ଦିବସରେ ଶୁଭ୍ର ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା)ଙ୍କ ସହ ସମସ୍ତ ଶାଖା ଅଧିକାରୀ, ପୂର୍ବ ତଟ ରେଳ ମହିଳା କଲ୍ୟାଣ ସଂଗଠନର ସଦସ୍ୟ ଏବଂ କର୍ମଚାରୀମାନେ ଯୋଗକରିଥିଲେ।

Leave a Reply

Your email address will not be published. Required fields are marked *