Advertisement

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଧିନ  ବିଶ୍ଵନାଥପୁର ସ୍ଥିତ ମା’ ଦକ୍ଷିଣକାଳୀ ମନ୍ଦିର ପୀଠରେ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ଶୋଭା’ ପକ୍ଷରୁ ପରିବେଶ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବାଲିପାଟଣା ଥାନାର ଏଏସ୍‌ଆଇ ରାକେଶ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ସାମ୍ପ୍ରତିକ ପରିସ୍ଥିତିରେ ତାପାୟନ ସମଗ୍ର ବିଶ୍ବ ପାଇଁ ଚିନ୍ତାରେ ବିଷୟ ପାଲଟିଛି ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ସିଭିଲ୍ ଡିଫେନ୍ସ ସଂଗଠନର ବରିଷ୍ଠ ସଦସ୍ୟ ସୁଶାନ୍ତ ପଟ୍ଟନାୟକ, ଓଡ଼ିଶା ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର ପ୍ରଶିକ୍ଷକ ଭିକାରୀ ସାହୁ, ଶିବପ୍ରସାଦ ପାଟ୍ଟଯୋଶୀ, ସରପଞ୍ଚ ଟୁବୁଲା ଭୋଇ, ସମାଜସେବୀ ନାରାୟଣ ବେହେରା ଯୋଗଦେଇଥିଲେ। ସମାଜସେବୀ ପୁଷ୍ପଲତା ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଦୀନବନ୍ଧୁ ବସ୍ତିଆ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।

ଅନୁଷ୍ଠାନର ସଭାପତି ମଣିମାଳା ସେନାପତି କହିଥିଲେ, ସମସ୍ତେ ଆସନ୍ତୁ ସଙ୍କଳ୍ପ ନେବା, ଦୁଇଟି ବୃକ୍ଷ ଲଗେଇ ଆମ ପରିବେଶକୁ ସୁରକ୍ଷା କରିବା। ଶୋଭର ସମ୍ପାଦକ ଲକ୍ଷ୍ମୀଧର  ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଦସ୍ୟ  ସୁଶାନ୍ତ ବେହେରା, ତାପସ ନାୟକ, କାମୀ ଦାସ, ସୂର୍ଯ୍ୟ କୁମାର, ରୋଲି ସାହୁ, ବିଜୟ ମଲ୍ଲିକ, ସୋମନାଥ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *