Advertisement

ବ୍ୟୁରୋ: ଅଧାରୁ ପାଠ ଛାଡ଼ିଥିବା ଓ ବୟସ ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ନାମ ଲେଖିନଥିବା ୨୪ ଜଣ ଶିଶୁଙ୍କୁ, ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରୁ ଆଣି, ସୋଚ୍ ଅନୁଷ୍ଠାନ ଓ ଅଜିମ୍ ପ୍ରେମଜି ଫାଉଣ୍ଡେସନର ମିଳିତ ସହଯୋଗରେ ସେମାନଙ୍କୁ ଶିବିରରେ ରଖି ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି ଶିକ୍ଷା ସଂଯୋଜନା ଶିବିରର ଶେଷ ସମାରୋହ ଉତ୍ସବ ଶନିବାର ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଅଜିମ୍ ପ୍ରେମଜୀ ଫାଉଣ୍ଡେସନର କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ରଥ, ବିଶେଷ ଅତିଥି ଭାବେ ଉତ୍କଳ ଚାମ୍ବର ଅଫ୍ କମର୍ସର ସ୍ୱୋପ୍ନ କୁମାର ସ୍ଵାଇଁ , ସଂଯୋଗ ଅନୁଷ୍ଠାନର ଡାଇରେକ୍ଟର ପ୍ରଶାନ୍ତ ପାଲଟାସିଂ, ସୋଚ୍ ଅନୁଷ୍ଠାନ ଆଡଭାଇଜରି ବୋର୍ଡ଼ ମେମ୍ବର ସମରେନ୍ଦ୍ର ସାହୁ, ସୋଚ୍ ଅନୁଷ୍ଠାନର ଆଡଭାଇଜରି ବୋର୍ଡ଼ ମେମ୍ବର ପ୍ରଫେସର ନମିତା ପଟ୍ଟନାୟକ ଯୋଗଦେଇଥିଲେ। ଅନୁଷ୍ଠାନର ଫାଉଣ୍ଡର ମନୋଜ କୁମାର ସ୍ବାଇଁ ପିଲା ମାନେ କିପରି ଭଲ ମଣିଷ ହୋଇପାରିବେ ସେ ବିଷୟରେ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ।  ରୋଜାଲିନ ବେହେରା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଲକ୍ଷ୍ମୀପ୍ରିୟା  ସିଂ ବିବରଣୀ ପାଠ କରିଥିଲେ । ଏହି ଶିବିରକୁ ମନସ୍ଵିନୀ ସ୍ୱାଇଁ, ସୋମ୍ୟାଜିତ ଦାସ , ଅନିତା ମଙ୍ଗରାଜ, କୁମାର ମହାପାତ୍ର , ସୁକାନ୍ତ ପରିଡ଼ା , ଟୁନି ସ୍ବାଇଁ  ପ୍ରମୁଖ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *