Advertisement

ଜଟଣୀ : ଜଟଣୀ ଲବଣଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଲିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ମନୋରଞ୍ଜନ ମହାପାତ୍ର , ସମ୍ମାନିତ ଅତିଥି ଭାବେ ଜୟନ୍ତ କୁମାର ପରିଡା ଯୋଗ ଦେଇଥିଲେ ।  ଛାତ୍ରଛାତ୍ରୀ ମାନେ ନିଜ ଘରେ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ଯତ୍ନ ନେବାକୁ ଅତିଥିମାନେ କହିଥିଲେ। ବୃକ୍ଷ ରୋପଣ କରିବା ଦ୍ୱାରା ବାୟୁମଣ୍ଡଳରେ ବଢୁଥିବା ତାପମାତ୍ରାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ପରିଡା, ମୋ ସ୍କୁଲ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଛୋଟରାୟ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ ପାଇକରାୟ, ରବୀନ୍ଦ୍ର ସ୍ୱାଇଁ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରୀଛାତ୍ର ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

Advertisement

Leave a Reply

Your email address will not be published. Required fields are marked *