Advertisement

ଜଟଣୀ: ଜଟଣୀ ଥାନା ଅଧୀନ ବେଣାପଞ୍ଜରୀ ଗ୍ରାମରେ ଆଜି ଘଟିଛି ଏକ ଦୁଃଖଦ ଘଟଣା।  ବଜ୍ରାଘାତରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ଜଣଙ୍କ ହେଉଛନ୍ତି ବେଣାପଞ୍ଜରୀ ଟାଙ୍ଗୀ ସାହିର ସେକ୍ ଜାହିର।

ଅପରାହ୍ନ ସମୟରେ ପ୍ରବଳ ବର୍ଷା ସହିତ ଘଡଘଡି ଏବଂ ବିଜୁଳି ମାରୁଥିବା ବେଳେ, ଯୁବକ ଜଣଙ୍କ ଘର ଭିତରେ ବସି ମୋବାଇଲ ବ୍ୟବହାର କରୁଥିଲେ। ଏହି ସମୟରେ ଏକ ବିଜୁଳି ଯୁବକଙ୍କୁ ମାରିଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ଚିକିତ୍ସା ପାଇଁ ଖୋର୍ଦ୍ଧା ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଜଟଣୀ ଥାନାରେ କେସ ନମ୍ବର 22/23ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Advertisement

Leave a Reply

Your email address will not be published. Required fields are marked *