ଜଟଣୀ, ୨୭/୪:  ହିନ୍ଦୁ ସଂସ୍କୃତିର ଆରାଧ୍ୟା ଗୋମାତାଙ୍କୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନ,  ଗୋହତ୍ଯା ବନ୍ଦ କରିବା ଦାବିରେ ଆଜି ସର୍ବ ଭାରତୀୟ ସ୍ତରରେ ସାଧୁସନ୍ଥ ମାନଙ୍କ ଡାକରା ଗୋ ସମ୍ମାନ ଅଭିଯାନ ଆୟୋଜନ କରାଯାଇଛି।  ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଶତାଧିକ ଗୋ ସେବକ ଉତ୍ତରାୟଣୀ ମନ୍ଦିର ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚି , ସେଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ପ୍ରାୟ ୩ହଜାର ରୁ ଉର୍ଦ୍ଧ୍ବ ଦସ୍ତଖତ ସମ୍ବଳିତ ଦାବିପତ୍ର ଜଟଣୀ ତହସିଲଦାର ଶିବାଶିଷ ପରିଡାଙ୍କୁ ପ୍ରଦାନ କରିଥିଲେ

ଗୋମାତାଙ୍କୁ ରାଷ୍ଟ୍ରୀୟ ସମ୍ମାନ, ଗୋହତ୍ଯା ବନ୍ଦ ଆଇନ କଡାକଡି କରିବାକୁ ଗୋ ସେବକ ମାନେ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *