Advertisement

ବ୍ୟୁରୋ: ଜଟଣୀ ଥାନା ଅଧିନ ପାଇକରାପୁର ଅଞ୍ଚଳର ଏକ ବନ୍ଦ କୋଠରୀରୁ ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଉଛନ୍ତି ପବିତ୍ର ମନୋହରି । ସ୍ଥାନୀୟ ଲୋକଙ୍କ କହିବା କଥା ପବିତ୍ର ଏକ ଘରୋଇ ହୋଟେଲରେ କାର୍ଯ୍ୟ କରୁଥିଲେ। ଗତ ୪ଦିନ ହେଲା ତାଙ୍କ ଦେହ ଖରାପ ଥିବା କାରଣରୁ ସେ ଘରେ ରହିଥିଲେ। ତେବେ ରବିବାର ସକାଳୁ ତାଙ୍କର କେହି ସମ୍ପର୍କୀୟ ଜଟଣୀ ପାଇକରାପୁର ସ୍ଥିତ ଘରକୁ ଆସି ତାଙ୍କୁ ଡାକିଥିଲେ । ମାତ୍ର ମନୋହରି କବାଟ ଖୋଲି ନଥିଲେ। କବାଟ ନଖୋଲିବାରୁ  ପୁଲିସକୁ ଖବର କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି। ଶବ ଉଦ୍ଧାର ବେଳେ ପଵିତ୍ରଙ୍କ ପାଟିରୁ ଫେଣ ବାହାରୁଥିଲା। ତଦନ୍ତ ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Advertisement

Leave a Reply

Your email address will not be published. Required fields are marked *